କଳା ପୋଷାକ ପିନ୍ଧି ବିଧାନସଭାରେ ନାରାବାଜି କଲେ କଂଗ୍ରେସ ସଦସ୍ୟ
ଭୁବନେଶ୍ବର : (ସଂକେତ୍ ଟିଭି) ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ ଆଜି ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ସଦସ୍ୟ ହୋହଲ୍ଲା କରିଛନ୍ତି। କଳା ପୋଷାକ ପିନ୍ଧି ଗୃହ ମଧ୍ୟ ଭାଗକୁ ଆସି କଂଗ୍ରେସ ସଦସ୍ୟ ମାନେ ନାରାବାଜି କରିଥିଲେ। ଫଳରେ ଗୃହ ଚଳାଇବ ସମ୍ଭବ ହୋଇ ନ ଥିଲା । ପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା କରିଥିଲେ।
ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଂଗ୍ରେସ ପ୍ରତିବାଦ କରିଛି । ବାଚସ୍ପତି ଗୃହକୁ ଆସିବା ମାତ୍ରେ କଂଗ୍ରେସ ସଦସ୍ୟ ହଙ୍ଗାମା ଆରମ୍ଭ କରି ଦେଇଥିଲେ । ରାହୁଲ ଗାନ୍ଧୀଙ୍କୁ ପଦରୁ ହଟାଯିବା ବିରୋଧରେ କଳା ପୋଷାକ ପିନ୍ଧି ବିଧାନସଭାକୁ ଆସିଥିଲେ କଂଗ୍ରେସ ବିଧାୟକ । ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିଥିଲେ । ବାଚସ୍ପତି ଗୃହ କାର୍ଯ୍ୟ ଆରମ୍ଭ କରିବା ନେଇ କହିଥିଲେ ମାତ୍ର ଶୁଣିନଥିଲେ କଂଗ୍ରେସ ସଦସ୍ୟ । ଆଜି ଗୃହରେ ଗୁରୁତ୍ବପୂର୍ଣ୍ଣ ବିଭାଗର ଖର୍ଚ୍ଚ ବାବଦରେ ଆଲୋଚନା ହେବା କଥା କହି ସଦସ୍ୟଙ୍କୁ ସ୍ଥାନକୁ ଯିବାକୁ କହିଥିଲେ ମାତ୍ର କଂଗ୍ରେସ ସଦସ୍ୟ ଶୁଣି ନଥିଲେ । ଫଳରେ ବାଚସ୍ପତି ଗୃହ କାର୍ଯ୍ୟକୁ ଅପରାହ୍ନ 4ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ।
କଂଗ୍ରେସ ବିଧାୟକ ତାରାପ୍ରସାତ ବାହିନୀ ଏନେଇ କହିଛନ୍ତି ଗଣତନ୍ତ୍ରକୁ ସରକାର ହତ୍ୟା କରିଛନ୍ତି । ଏହାର ପ୍ରତିବାଦରେ ଆଜି ଆମେ ବିଧାୟକ କଳାପୋଷାକ ପିନ୍ଧି କଳା ଦିବସ ପାଳନ କରୁଛି । ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଏହି ପ୍ରତିବାଦ କରିଛୁ । ଆମ ଦାବି ରଖିବୁ ଗଣତନ୍ତ୍ର ବଞ୍ଚିଲେ ଦେଶ ବଞ୍ଚିବ । ଯେଉଁଠି ଗଣତନ୍ତ୍ରକୁ ହତ୍ୟା କରାଯାଉଛି ଦେଶ ଆଉ ରହିଲା କେଉଁଠି ।