ସ୍କୁଲ ଛାତ୍ରଛାତ୍ରୀ ଗାଡି ଚଳାଇଲେ ଗଣିବେ ୨୫ହଜାର ଟଙ୍କା ଜରିମାନା

ଭୁବନେଶ୍ବର : (ସଂକେତ୍ ଟିଭି) ସ୍କୁଲ ଛାତ୍ରଛାତ୍ରୀ ଗାଡି ଚଳାଉଥିଲେ ୨୫ ହଜାର ଟଙ୍କା ଜରିମାନା ଦେବେ । ମୋଟର ଆଇନ ୧୯-ଇ ଆଧାରରେ ନିୟମ ଉଲଙ୍ଘନକାରୀଙ୍କ ଉପରେ କଡା କାର୍ଯ୍ଯ ଅନୁଷ୍ଠାନ ହେବ। ୨୫ ହଜାର ଟଙ୍କା ପର୍ଯ୍ଯନ୍ତ ମଧ୍ୟ ଫାଇନ ଦେବାକୁ ପଡ଼ିବ। ଏହା ସହ ଗାଡି ମାଲିକ କିମ୍ବା ଅଭିଭାବକଙ୍କୁ ଜେଲ ଦଣ୍ଡଭୋଗିବାକୁ ମଧ୍ଯ ପଡିପାରେ। ଏଥିସହ ଗାଡି ଲାଇସେନ୍ସ ୨୫ ବର୍ଷ ପର୍ଯ୍ଯନ୍ତ ସମ୍ପୃକ୍ତ ନାବାଳକଙ୍କୁ ମିଳିବନି ।

କଟକଣା ଲାଗୁ ପାଇଁ ଅପ୍ରେଲ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ପରିବହନ ବିଭାଗର ସ୍ବତନ୍ତ୍ର ଅଭିଯାନ କରାଯାଇଛି । ଏ ନେଇ ପରିବହନ ବିଭାଗ ଅତିରିକ୍ତ କମିଶନର ଲାଲମୋହନ ସେଠୀ ସୂଚନା ଦେଇଛନ୍ତି ।

ଗତ ତିନିଦିନ ହେବ ମଦ୍ୟପ ଗାଡିଚାଳକ ଉପରେ ପାରିବହନ ବିଭାଗର କଡା କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଛି। ସାରା ରାଜ୍ୟରେ ମୋଟ ୭୬୩ କେଶ ହୋଇଛି। ସମସ୍ତଙ୍କୁ ଜେଲ କଷ୍ଟଡିକୁ ପଠାଇବା ପାଇଁ ପକ୍ରିୟା ଆରମ୍ବ ହୋଇଛି । ଆସନ୍ତା କାଲି ସାରା ରାଜ୍ୟରେ ପୁଣି ଯାଞ୍ଚ କରାଯିବ। ମୁଖ୍ୟତଃ ଗାଡି ଚଲାଉଥିବା ସମୟରେ ନିଶା ସେବନ କରିବା, ବିନା ହେଲମେଟରେ ଗାଡି ଚଳାଇବା, ଦ୍ରୁତ ଗତିରେ ଗାଡି ଚଳନା ଉପରେ ନଜର ରଖାଯିବ। ୧.୪.୨୩ ରୁ ୭.୪.୨୩ ପରିବହନ ବିଭାଗ ରାସ୍ତାରେ ଜିରୋ କାଜୁୟାଲିଟି ଉପରେ ଅଧିକ ଫୋକସ ଦେଇଛି। ଏହି ୭ ଦିନ ରାଜ୍ୟର ବିଭିନ୍ନ ଜିଲାରେ ମଧ୍ଯରେ ଚଢ଼ାଉ କରାଯିବ। ଏ ନେଇ ଅତିରିକ୍ତ ପରିବହନ କମିଶନର ସୂଚନା ଦେଇଛନ୍ତି।