ବଢ଼ିଲା ଇପିଏଫ୍ ସୁଧହାର; ଉପକୃତ ହେବେ ୬ କୋଟି ଜମାକାରୀ
ନୂଆଦିଲ୍ଲୀ : (ସଂକେତ୍ ଟିଭି) କେନ୍ଦ୍ର ସରକାର ୨୦୨୨-୨୩ ପାଇଁ କର୍ମଚାରୀ ଭବିଷ୍ୟନିଧିରେ ସୁଧହାର ବୃଦ୍ଧି କରିଛନ୍ତି । ଇପିଏଫରେ କର୍ମଚାରୀଙ୍କୁ ୮.୧୫ ପ୍ରତିଶତ ହାରରେ ସୁଧ ମିଳିବ । ପୂର୍ବରୁ ସୁଧହାର ୮.୧ ପ୍ରତିଶତ ରହିଥିବା ବେଳେ ଏହା ୮.୧୫କୁ ବୃଦ୍ଧି ପାଇଛି ।
ଇପିଏଫଓ ପକ୍ଷରୁ ସୋମବାର ଠାରୁ ଏକ ଦୁଇ ଦିନିଆ ବୈଠକ ବସିଥିଲା । ଏହି ମିଟିଂ ମଙ୍ଗଳବାର ଶେଷ ହୋଇଛି । ଏଥିରେ ୨୦୦୨-୨୩ ପାଇଁ ବିଭାଗ ପକ୍ଷରୁ ବର୍ଦ୍ଧିତ ସୁଧହାର ଘୋଷଣା କରାଯାଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ସୁଧହାର ସର୍ବନିମ୍ନ ସ୍ତରକୁ ହ୍ରାସ କରିଥିଲେ । ୧୯୭୭-୭୮ ପରେ ଏହା ସବୁଠାରୁ କମ୍ ଥିଲା । ୮.୫ ପ୍ରତିଶତ ସୁଧହାରକୁ ହ୍ରାସ କରି ୮.୧ ପ୍ରତିଶତରେ ରଖାଯାଇଥିଲା ।
ଇପିଏଫ ବୃଦ୍ଧି ନେଇ ସିବିଟି ନିଷ୍ପତ୍ତି ପରେ ୨୦୨୨-୨୩ ଆର୍ଥିକ ବର୍ଷରେ ସହମତି ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରଳାୟକୁ ପଠାଯିବ । କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ପରେ ପ୍ରାୟ ୬ କୋଟିରୁ ଅଧିକ କର୍ମଚାରୀଙ୍କ ଆକାଉଣ୍ଟରେ ଟଙ୍କା ଜମା କରାଯିବ ।