ବିବାହର ପ୍ରତିଶ୍ରୁତି ୭ବର୍ଷ ଲିଭ୍ଇନ୍ରେ ରହି କନେଷ୍ଟେବଲ ଫେରାର
ଭୁବନେଶ୍ବର : (ସଂକେତ୍ ଟିଭି) ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ୭ବର୍ଷ ଲିଭ୍ଇନ୍ରେ ରହି ଜଣେ କନେଷ୍ଟେବଲ ଫେରାର ମାରିଛନ୍ତି । ନିର୍ଯାତିତା ଯୁବତୀ ଥାନାର ଦ୍ବାରସ୍ଥ ହୋଇଛନ୍ତି ।
ସୂଚନା ଅନୁସାରେ, ଷଷ୍ଠ ବାଟାଲିୟନ କଟକରେ କାର୍ଯ୍ୟରତ ପ୍ରୀତିରଞ୍ଜନ ବେହେରା ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ୭ ବର୍ଷ ଲିଭଇନ୍ରେ ରହିଥିଲେ । ଏବେ ସେ ଛୁ ମାରିଛନ୍ତି । ଏ ନେଇ ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି ।
ଯୁବକଙ୍କ ଘର କଟକ ଜିଲ୍ଲା କାନପୁର ବାଘଦରିଆ ଅଞ୍ଚଳରେ ବୋଲି ଅଭିଯୋଗ ହୋଇଛି । ୭ ବର୍ଷ ଭିତରେ ଯୁବତୀଙ୍କଠାରୁ ୨୦ଲକ୍ଷ ଟଙ୍କା, ସୁନା ଗହଣା ଲୁଟିଥିବା ନେଇ ଅଭିଯୋଗ ହୋଇଛି । ବାରମ୍ୱାର ମଞ୍ଚେଶ୍ଵର ଥାନାରେ ଅଭିଯୋଗ ପରେ କିଛି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଯୁବତୀ ଡିସିପି ଅଫିସରେ ଦ୍ବାରସ୍ଥ ହୋଇଛନ୍ତି ।