ସରକାରୀ ବାସଭବନ ଛାଡ଼ିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ଏପ୍ରିଲ ୨୨ ସୁଦ୍ଧା ରାହୁଲ ଗାନ୍ଧି ତାଙ୍କ ସରକାରୀ ବାସଭବନ ଖାଲି କରିବାକୁ ଲୋକସଭା ହାଉସିଂ କମିଟି ପକ୍ଷରୁ ନୋଟିସ୍‌ ଦିଆଯାଇଛି। ନୋଟିସ୍‌ ମିଳିବା ପରେ ରାହୁଲ ଗାନ୍ଧୀ ଆଜି ଲୋକସଭାର ଉପ ସଚିବ ଡକ୍ଟର ମୋହିତ ରଞ୍ଜନଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି ।

ସେ ଲେଖିଛନ୍ତି ଯେ, ‘ଗତ ଚାରିଟି କାର୍ଯ୍ୟକାଳ ମଧ୍ୟରେ ଲୋକସଭାର ଜଣେ ନିର୍ବାଚିତ ସଦସ୍ୟ ଭାବରେ ମୋର ଏଠାରେ ଅନେକ ମଧୁର ସ୍ମୃତି ରହିଛି।’ ସେ ଆହୁରି ବି କହିଛନ୍ତି କି ଆପଣ ଚିଠିରେ ଉଲ୍ଲେଖ କରିଥିବା ସର୍ତ୍ତାବଳୀକୁ ମୁଁ ପାଳନ କରିବି।

ଉଲ୍ଲେଖଯୋଗ୍ୟ, ୨୦୦୪ ମସିହାରେ ପ୍ରଥମେ ସାଂସଦ ହୋଇଥିବା ରାହୁଲ ଗାନ୍ଧୀ ୨୦୦୫ ମସିହାରୁ ଏହି ବାସଭବନରେ ଥିଲେ। ଗୁଜୁରାଟର ଏକ କୋର୍ଟ ତାଙ୍କୁ “ମୋଦୀ ସାଙ୍ଗିଆ” ମନ୍ତବ୍ୟ ସହ ଜଡିତ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ କରିବାର ଗୋଟିଏ ଦିନ ପରେ ରାହୁଲଙ୍କୁ ସାଂସଦ ଭାବରେ ଅଯୋଗ୍ୟ କରାଯାଇଥିଲା ଏବଂ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହାଛଡ଼ା ଗତକାଲି ତ‌ାଙ୍କୁ ସରକାରୀ ବାସଭବନ ଛାଡ଼ିବାକୁ ନୋଟିସ୍‌ ଦିଆ ଯାଇଥିଲା।