EntertainmentLatest

ଅନନ୍ୟା ପାଣ୍ଡେଙ୍କୁ ଖୁବ୍‌ଶୀଘ୍ର ବିବାହ କରିବେ ଆଦିତ୍ୟ ରୟ କପୁର

ମୁମ୍ବାଇ : (ସଂକେତ୍ ଟିଭି) ଅଭିନେତା ଆଦିତ୍ୟ ରୟ କପୁରଙ୍କ ବିବାହକୁ ନେଇ ପ୍ରଶଂସକଙ୍କ ମନରେ ଅନେକ ପ୍ରଶ୍ନ । ଫିଲ୍ମ ‘ଆସିକ୍‌-୨’ରେ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ସହ ଅଗଣତି ପ୍ରଶଂସକଙ୍କ ଭଲପାଇବା ପାଇବା ପରେ ଆଦିତ୍ୟ ତାଙ୍କ ବାସ୍ତବ ଜୀବନରେ କାହାକୁ ନିଜର ନାୟିକା କରିବେ ସେ ନେଇ ସଭିଙ୍କ ମନରେ ଏକ ପ୍ରଶ୍ନ ରହିଥିଲା । ଏବେ ଖବର ରହିଛି ଯେ ଆଦିତ୍ୟ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ବିବାହ କରିବାକୁ ଯାଉଛନ୍ତି । ଅବଶ୍ୟ ଏହି ଦୁଇ ଅଭିନେତା-ଅଭିନେତ୍ରୀ ପ୍ରେମ ସଂପର୍କରେ ଥିବା ନେଇ ଅନେକ ଦିନରୁ ଚର୍ଚ୍ଚା ହେଉଛି । ମାତ୍ର ସେମାନେ ବିବାହ କରିବା ନେଇ କେବେ କୌଣସି ସ୍ଥାନରେ ଆଗରୁ ମୁହଁ ଖୋଲିନାହାନ୍ତି ।

ନିକଟରେ ଏକ ବିଶେଷ ସୂତ୍ରରୁ ମିଳିଥିବା ଖବରରୁ ଜାଣିବାକୁ ମିଳିଛି ଯେ ସେ ଦୁହେଁ ପରସ୍ପରଙ୍କୁ ପ୍ରେମ କରନ୍ତି ଓ ବିବାହ କରିବାକୁ ଚାହାନ୍ତି । ସବୁଠାରୁ ଭଲ ଖବର ହେଉଛି ସେ ଦୁହିଁଙ୍କ ବିବାହକୁ କୁଆଡ଼େ ଦୁଇ ପରିବାରଙ୍କ ପକ୍ଷରୁ ସମ୍ମତି ମିଳିଛି । ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଅନନ୍ୟା ଓ ଆଦିତ୍ୟଙ୍କ ପରିବାର ଲୋକ କହୁଛନ୍ତି କି ଯଦି ସେ ଦୁହେଁ ପରସ୍ପରଙ୍କୁ ନେଇ ସିରିୟସ୍ ଅଛନ୍ତି ତ ସେମାନଙ୍କୁ ଭବିଷ୍ୟତ ଯୋଜନା କରିବା ଉଚିତ । ହେଲେ ଆଦିତ୍ୟ ଓ ଅନନ୍ୟା ନିଜ ସଂପର୍କକୁ ନେଇ କୌଣସି ପ୍ରକାରର ତରବରିଆ ନିଷ୍ପତ୍ତି ନେବାକୁ ଚାହାନ୍ତିନି । ଦୁହେଁ ଧୀରେ ଧୀରେ ଆଗକୁ ବଢ଼ିବାକୁ ଚାହାନ୍ତି । ତେବେ ଅନୁମାନ କରାଯାଉଛି ଯେ ଦୁହେଁ ଖୁବ୍‌ ଶୀଘ୍ର ସେମାନଙ୍କ ସଂପର୍କକୁ ଆନୁଷ୍ଠାନିକ ଭାବେ ଘୋଷଣା କରିପାରନ୍ତି ।