ଭଦ୍ରକ-ନୟାଗଡ଼ ଟାଉନ୍‌ ମେମୁ ଟ୍ରେନ୍‌ ର ଶୁଭାରମ୍ଭ କଲେ ରେଳମନ୍ତ୍ରୀ

କଟକ : (ସଂକେତ୍ ଟିଭି) ବହୁପ୍ରତିକ୍ଷୀତ ଭଦ୍ରକ-ନୟାଗଡ଼ ଟାଉନ୍‌ ମେମୁ ଟ୍ରେନ୍‌ ର ଆଜି ଶୁଭାରମ୍ଭ ହୋଇଛି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁଜ ପତାକା ଦେଖାଇ କଟକ ରେଳ ଷ୍ଟେସନରୁ
ଏହି ଟ୍ରେନ୍‌ ଶୁଭାରମ୍ଭ କରିଛନ୍ତି।

ଭଦ୍ରକ-ନୟାଗଡ଼ ଟାଉନ୍-ଭଦ୍ରକ୍ ମେମୁ ଟ୍ରେନ ଭଦ୍ରକରୁ ସକାଳ ୫ ଟା ୪୫ ମିନିଟରେ ଛାଡି ପୂର୍ବାହ୍ନ ୧୧ଟା ୪୫ ମିନିଟରେ ନୟାଗଡ଼ ଟାଉନରେ ପହଞ୍ଚିବ। ଫେରିବା ମାର୍ଗରେ ନୟାଗଡ଼ ଟାଉନରୁ ଏହି ଟ୍ରେନ୍ ଅପରାହ୍ନ ୫ଟା ୫ ମିନିଟରେ ଛାଡି ଭଦ୍ରକ ଠାରେ ରାତ୍ରି ୧୦ ଟା ୪୫ ମିନିଟରର ପହଞ୍ଚିବ। ଏହି ଟ୍ରେନ୍ ଉଭୟ ଦିଗରୁ ଭଦ୍ରକ ଏବଂ ନୟାଗଡ଼ ଟାଉନ୍ ମଧ୍ୟରେ ଥିବା ସମସ୍ତ ଷ୍ଟେସନ୍ ଏବଂ ପାସେଞ୍ଜର ହଲ୍ଟ ଗୁଡ଼ିକରେ ରହଣି କରିବ।