ରାଜଧାନୀରେ ମାତିଛନ୍ତି ଜମି ଦଲାଲ, ୭ ଜଣଙ୍କୁ ଗିରଫ କଲା ପୋଲିସ
ଭୁବନେଶ୍ବର : (ସଂକେତ୍ ଟିଭି) ଭୁବନେଶ୍ବରରେ ଜମି ଦଲାଲ୍ ଗ୍ୟାଙ୍ଗର ୭ ଜଣଙ୍କୁ କମିସନରେଟ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମଳିପଡ଼ାର ନକୁଳ ମହାକୁଡ, ନିଳାଦ୍ରୀ ବିହାରର ଆଶିଷ ଜେନା, ବରମୁଣ୍ଡାର ଦୀପକ କୁମାର ଦାସ, ସାଇନ୍ସ ପାର୍କ ବସ୍ତିର ଲକ୍ଷ୍ମୀକାନ୍ତ ଦାସ, ପିପିଲିର ରାଜେଶ କୁମାର ପାତ୍ର, ଡେଲାଙ୍ଗର ପ୍ରଦୀପ କୁମାର ବଳିଆର ସିଂହ ଓ ଅନ୍ଧାରୁଆର ଆଶିଷ କୁମାର ରାୟ। ଅଭିଯୁକ୍ତମାନଙ୍କର ଘର ଭୁବନେଶ୍ବର ଓ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବୋଲି ଜଣାପଡିଛି।
ଅଭିଯୁକ୍ତମାନେ ଲୋକଙ୍କୁ ଡରେଇ ଧମକେଇ ମାଡ଼ ମାରି ଜାଗା ପଜେସନ ନେଉଥିବା ଅଭିଯୋଗ ହୋଇଥିଲା। ବିବାଦୀୟ ଜମିକୁ କବଜା କରିବା ପାଇଁ ଏମାନେ ଜେସିବି ଲଗେଇ ଘର ଓ ଦୋକାନ ଭାଙ୍ଗିଥାନ୍ତି। ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ପୋଲିସ ଏମାନଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ନାଁରେ ପୂର୍ବରୁ ମଧ୍ୟ ମାମଲା ରହିଛି।