ଭୁବନେଶ୍ୱର ଏମ୍ସରେ ଚଢାଉ କଲା ସିବିଆଇ

ଭୁବନେଶ୍ବର : (ସଂକେତ୍ ଟିଭି) ଫାର୍ମାସୀ ଷ୍ଟୋର ନିଲାମି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ସୂଚନା ପାଇ ଗୁରୁବାର ସିବିଆଇ ଭୁବନେଶ୍ୱର ଏମ୍ସରେ ସିବିଆଇ ରେଡ୍ କରିଛି । ଦୁଇଟି ଟିମର ୮ ଜଣ ଅଧିକାରୀ ଆସି ଏହି ରେଡ୍ କରିବା ସହିତ ବିଭିନ୍ନ କାଗଜପତ୍ର ଜବତ କରିଛନ୍ତି।

ସୂଚନା ଅନୁସାରେ, ଚଢ଼ାଉ ବେଳେ ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବିଭିନ୍ନ ଦସ୍ତାବିଜ ଜବତ କରିବା ସହିତ ବରିଷ୍ଠ ଅଧିକାରୀଙ୍କୁ ପଚରା ଉଚରା କରି ଆବଶ୍ୟକ ତଥ୍ୟ ସଂଗ୍ରହ କରିଛି। ନିଲାମି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ନେଇ ଯେଉଁ ସୂଚନା ରହିଛି ତାର ଏବେ ପ୍ରମାଣ ଖୋଜିବାକୁ ସିବିଆଇ ତନାଘନା କରୁଛି। ପ୍ରାଥମିକ ଭାବେ ସେଭଳି କୌଣସି ସୂଚନା ମିଳିନଥିବା ଜଣାପଡ଼ିଛି। ହେଲେ ଜବତ ହୋଇଥିବା ଦସ୍ତାବିଜ ଏବଂ ଅନ୍ୟାନ୍ୟ ପ୍ରମାଣପତ୍ରକୁ ଏକାଠି କରି ସିବିଆଇ ଏହି ମାମଲାରେ ଚେର ଖୋଜିବାକୁ ଚେଷ୍ଟା କରୁଛି।