ଅହମଦାବାଦରେ ଲାଗିଲା ‘ମୋଦୀ ହଟାଓ, ଦେଶ୍ ବଚାଓ’ ପୋଷ୍ଟର୍, ୮ଜଣଙ୍କୁ ଗିରଫ କଲା ପୋଲିସ
ଅହମଦାବାଦ: (ସଂକେତ୍ ଟିଭି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ‘ଆପ୍’ ଦେଶବ୍ୟାପୀ ପୋଷ୍ଟର୍ ଅଭିଯାନ ଆରମ୍ଭ କରିବା ପରେ ଗୁଜରାଟର ଅହମଦାବାଦ ସହରର ବିଭିନ୍ନ ପ୍ରାନ୍ତରେ ‘ମୋଦୀ ହଟାଓ, ଦେଶ୍ ବଚାଓ’ ଛାପା ଯାଇଥିବା ପୋଷ୍ଟର୍ ଲଗା ଯାଇଛି । ଏହି ଘଟଣାରେ ୮ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।
ସମଗ୍ର ଦେଶରେ ୧୧ଟି ଭାଷାରେ ‘ଆପ୍’ର ‘ମୋଦୀ ହଟାଓ, ଦେଶ୍ ବଚାଓ’ ଅଭିଯାନ ଆରମ୍ଭ ହୋଇଛି। ଇଂରାଜୀ, ହିନ୍ଦୀ ଓ ଉର୍ଦ୍ଦୁ ଛଡ଼ା ଗୁଜରାଟୀ, ପଞ୍ଜାବୀ, ତେଲୁଗୁ, ବଙ୍ଗଳା, ଓଡ଼ିଆ, କନ୍ନଡ଼, ମାଲୟାଲମ୍ ଏବଂ ମରାଠୀ ଭାଷାରେ ମଧ୍ୟ ଏହି ପୋଷ୍ଟର୍ ଛାପା ଯାଇଛି।
ଅହମଦାବାଦ୍ ପୋଲିସ କହିବା ଅନୁସାରେ, ବେଆଇନ ଭାବେ ସହରର ବିଭିନ୍ନ ପ୍ରାନ୍ତରେ ଆପତ୍ତିଜନ ପୋଷ୍ଟର୍ ଲଗାଯାଇଥିଲା। ମାମଲା ରୁଜୁ କରାଯାଇ ଘଟଣା ବିଷୟରେ ଅଧିକ ତଦନ୍ତ ଚାଲିଛି।
ଗୁଜରାଟ ‘ଆପ୍’ ମୁଖ୍ୟ ଇସୁଦାନ ଗଢ଼ବୀ କହିଛନ୍ତି, ଗିରଫ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ଦଳୀୟ କର୍ମୀ। ଏକଚ୍ଛତ୍ରଦାବୀ ବୋଲି ‘ବିଜେପି’ ଉପରେ ଦୋଷାରୋପ କରି ସେ ଘୋଷଣା କରିଛନ୍ତି ଯେ, ଗିରଫଦାରି ହେଉଛି ବିଜେପିର ଭୟର ଲକ୍ଷଣ।
ଟୁଇଟ୍ କରି ଗଢ଼ବୀ ଲେଖିଛନ୍ତି: ‘ବିଜେପି’ର ଏକଚ୍ଛତ୍ରବାଦକୁ ଦେଖ। ‘ମୋଦୀ ହଟାଓ, ଦେଶ୍ ବଚାଓ’ ପୋଷ୍ଟର୍ ଘଟଣାରେ ‘ଆଇପିସି’ର ବିଭିନ୍ନ ଧାରା ଅନୁଯାୟୀ ଗୁଜରାଟରେ ‘ଆପ୍’ କର୍ମୀଙ୍କୁ ଜେଲ୍ରେ ଭର୍ତ୍ତି କରାଯାଇଛି। ଏହା ମୋଦୀଙ୍କର ଓ ‘ବିଜେପି’ର ଭୟ ନୁହେଁ ତ କ’ଣ? ଯେତେ ପାରୁଛ ସେତେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କର। ‘ଆପ୍’ କର୍ମୀମାନେ ସଂଗ୍ରାମ କରିବେ।