ଆସନ୍ତା ୩ରୁ ଜାପାନ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : (ସଂକେତ୍ ଟିଭି) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩ ତାରିଖରେ ଜାପାନ୍‌‌ ଗସ୍ତରେ ଯିବେ। ଜାପାନ୍‌‌ର ୩ପ୍ରମୁଖ ସହର ଟୋକିଓ, କିଓଟା ଓ ଓସାକାରେ ମୁଖ୍ୟମନ୍ତ୍ରୀ ନିବେଶକଙ୍କ ସହ ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ସିଧାସଳଖ ଆଲୋଚନା କରିବେ ଏବଂ ୯ ତାରିଖରେ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିବେ।

ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ଏହା ପ୍ରଥମ ଜାପାନ ଏବଂ ତୃତୀୟ ବିଦେଶ ଗସ୍ତ । ବିଦେଶରୁ ପୁଞ୍ଜି ଆଣିବେ ମୁଖ୍ୟମନ୍ତ୍ରୀ ୨୫ ବର୍ଷର ମୁଖ୍ୟମନ୍ତ୍ରୀତ୍ୱ କାଳରେ ନବୀନ ପଟ୍ଟନାୟକ ତୃତୀୟ ଥର ଲାଗି ବିଦେଶ ଗସ୍ତରେ ଯାଉଛନ୍ତି । ଶିଳ୍ପ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ କରାଯାଇଛି । ଗସ୍ତ କାର୍ଯ୍ୟକ୍ରମ ଏପ୍ରିଲ ୩ରୁ ଆରମ୍ଭ ହୋଇ ୯ତାରିଖରେ ଶେଷ ହେବ ।

ସପ୍ତାହବ୍ୟାପୀ ଗସ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଜାପାନର ନିବେଶକଙ୍କୁ ଭେଟିବେ । ମୁଖ୍ୟମନ୍ତ୍ରୀ ଏପ୍ରିଲ ୪ରୁ ୯ମଧ୍ୟରେ ଏକାଧିକ ବିଜନେସ ସମିଟ୍‌ ଓ ନିବେଶକ ସମ୍ମିଳନୀରେ ସାମିଲ ହେବେ। ଜାପାନର ୩ ପ୍ରମୁଖ ସହରରେ ଏହି ସମ୍ମିଳନୀ ଆୟୋଜନ ହେବ । ଟୋକିଓ କିୟୋଟୋ ଓ ଓସାକ୍କାରେ ନିବେଶକଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜିନିବେଶ ନେଇ ନବୀନ ଆଲୋଚନା କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭିକେ ପାଣ୍ଡିଆନ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀ ଓଡ଼ିଶା ଶିଳ୍ପ ପ୍ରତିନିଧି ପ୍ରମୁଖ ଜାପାନ ଗସ୍ତ କରିବେ ।