ମଶାଧୂପର ବିଷାକ୍ତ ଗ୍ୟାସରେ ଶ୍ବାସରୁଦ୍ଧ ହୋଇ ଗୋଟିଏ ପରିବାର ୬ ମୃତ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଦିଲ୍ଲୀର ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଶ୍ବାସରୁଦ୍ଧ ହୋଇ ଗୋଟିଏ ପରିବାର ୬ ଜଣକ ମୃତ୍ୟୁ ହୋଇଥିବାବେଳେ ତିନି ଜଣକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପରିବାର ରାତିରେ ମଶା ଧୂପ ଜାଳି ଶୋଇଥିଲା। ଆଉ ଏହି ମଶା ଧୂପର ବିଷାକ୍ତ ଧୂଆଁ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ନେଇ କୁହାଯାଉଛି।

ସୂଚନା ଅନୁସାରେ, ପରିବାର ରହୁଥିବା ପ୍ରଥମ ମହଲାରେ ଏହି ଦୁର୍ଘଟଣା ଘଟିଛି। ରାତିରେ ମଶା ଧୂପ ଲଗାଇଥିଲେ। ‌ପ୍ରାଥମିକ ତଦନ୍ତ ପୋଲିସ୍‌ କହିଛି ମଶା ଧୂପରୁ ନିଆଁ ଏକ ଗଦିରେ ଲାଗିଯାଇଥିଲା। ଯେଉଁଥିରୁ ବିଷାକ୍ତ ଧୁଆଁ ବାହାରିଥିଲା, ତେବେ ୨ ଜଣକ ନିଆଁରେ ପୋଡ଼ି ହୋଇଯାଇଥିବାବେଳେ ୪ ଜଣକର ଉକ୍ତ ବିଷାକ୍ତ ଧୁଆଁରେ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିଲା। ଘଟଣାର ସୂଚନା ମିଳିବା ପରେ ଅଞ୍ଚଳ​‌ରେ ହଇଚଇ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ପହଞ୍ଚି ପୋଲିସ୍‌ ସମସ୍ତଙ୍କ ଶବ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି। ଆଉ ତିନି ଜଣକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୋଲିସ୍‌ର ସୂଚନା ଅନୁଯାୟୀ, ଘଟଣାସ୍ଥଳ ପ୍ରଥମ ମହଲାର ଏକ ରୁ୍‌ମ୍‌ରେ ରହିଛି ଯେଉଁଠାରେ ସମୁଦାୟ ୯ ଜଣ ଶୋଇଥିଲେ। ମୃତକଙ୍କ ମଧ୍ୟରେ ୪ ପୁରୁଷ, ଜଣେ ମହିଳା ଏବଂ ଜଣେ ଦେଢ଼ ବର୍ଷର ଶିଶୁ ରହିଛି। ସେହିଭଳି ୨ ଜଣଙ୍କର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଯେଉଁମାନଙ୍କ ମଧ୍ୟରେ ଜଣେ ୧୫ ବର୍ଷୀୟ ଝିଅ ରହିଛି। ସେହିପରି ଜଣକୁ ପ୍ରାଥମିକ ଚିକିତ୍ସା ପରେ ଡିସଚାର୍ଜ କରାଯାଇଛି।