୯୨ଟଙ୍କା ଶସ୍ତା ହେଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ :(ସଂକେତ୍ ଟିଭି) ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର ଆଜି ଠାରୁ ୯୨ଟଙ୍କା ଶସ୍ତା ହୋଇଛି । ନୂଆ ଦାମ୍ ଆଜି ଠାରୁ ଲାଗୁ ହୋଇଛି । ଏହାର ଲାଭ କେବଳ କମର୍ସିଆଲ୍ ସିଲିଣ୍ଡର ଉପଭୋକ୍ତାଙ୍କୁ ମିଳିବ । ଘରୋଇ ଏଲପିଜି ସିଲିଣ୍ଡରରେ ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ବ୍ୟବସାୟିକ ଏଲପିଜି ସିଲିଣ୍ଡର ଶସ୍ତା ହେବା ପରେ ଦିଲ୍ଲୀରେ ନୂଆ ରେଟ୍ ୨ ହଜାର ୨୮ ଟଙ୍କା ହୋଇଛି । ୧ ଅପ୍ରେଲ ୨୦୨୨ରେ ରାଜଧାନୀ ଦିଲ୍ଲୀରେ ୧୯ କିଲୋ କମର୍ସିଆଲ୍ ସିଲିଣ୍ଡର ଦାମ ୨ ହଜାର ୨୫୩ ଟଙ୍କା ରହିଥିଲା । ଗତ ଏକ ବର୍ଷ ମଧ୍ୟରେ କମର୍ସିଆଲ ସିଲିଣ୍ଡିର ଦାମ୍ ୨୨୫ଟଙ୍କା ହ୍ରାସ ପାଇଛି । କୋଲକାତାରେ ବ୍ୟବସାୟିକ ସିଲିଣ୍ଡରର ନୂଆ ଦାମରେ ୨ହଜାର ୧୩୨ଟଙ୍କା ରହିଥିବା ବେଳେ ମୁମ୍ବାଇରେ ୧ ହଜାର ୯୮୦ ଟଙ୍କା ରହିଛି । ସେହିପରି ଚେନ୍ନାଇରେ ଦାମ୍ ୨ହଜାର ୧୯୨ ଟଙ୍କା ୫୦ ପଇସା ରହିଛି ।

ମାର୍ଚ୍ଚ ମାସରେ କମର୍ସିଆଲ୍ ସିଲିଣ୍ଡର ଉପରେ ୩୫୦ ଟଙ୍କା ବୃଦ୍ଧି ପାଇଥିଲା । ସେହିପରି ଘରୋଇ ସିଲିଣ୍ଡର ଗତ ୮ମାସରେ ୫୦ ଟଙ୍କା ବୃଦ୍ଧି ପାଇଛି ।