ସୁବର୍ଣ୍ଣରେଖା ନଦୀ ନିକଟରୁ ମିଳିଲା ବସ୍ତାରେ ଭର୍ତ୍ତି ଥିବା ଅଜଣା ମହିଳାଙ୍କ ମୃତ ଦେହ
ବାଲିଆପାଳ : (ଉମାକାନ୍ତ ନାୟକ) ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀ ର ବେଣାପୁରା ଘାଟ ନିକଟରୁ ବସ୍ତା ରେ ଭର୍ତ୍ତି ଥିବା ଅଜଣା ମହିଳା ଙ୍କ ମୃତ ଦେହ ଉଦ୍ଧାର ହୋଇଛି ।
ଆଜି ସକାଳେ ସୁବର୍ଣ୍ଣରେଖା ନଦୀ କୂଳରେ ଅନୁଷ୍ଠିତ ହୋଇଥିବା ରାଜଘାଟ ବାରୁଣୀ ମେଳାକୁ କିଛି ଲୋକେ ବୁଲିବାକୁ ଆସିଥିବା ବେଳେ ଏକ ବସ୍ତା ରେ ଭର୍ତ୍ତି ଥିବା କୌଣସି ଏକ ଜିନିଷ ନଦୀରେ ଭାସୁଥିବାର ଦେଖି ବସ୍ତା ପୋଲିସ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ବସ୍ତା ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ଉକ୍ତ ବସ୍ତା ଟିକୁ କୂଳକୁ ଆଣି ଖୋଲିବା ପରେ ଅଖା ଭିତରେ ଏକ ମହିଳା ଙ୍କ ମୃତ ଦେହ ଥିବା ଦେଖିବାକୁ ମିଳିଛି । ତେବେ ଉକ୍ତ ମହିଳାଙ୍କ ପରିଚୟ ମିଳି ନଥିବା ବେଳେ କେହି ଦୁର୍ବୁର୍ତ୍ତ ମହିଳା ଙ୍କୁ ହତ୍ଯା କରି ଅଖା ରେ ଭର୍ତ୍ତି କରି ନଦୀକୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।