ମହଙ୍ଗା ହେଲା ଜାତୀୟ ରାଜମାର୍ଗରେ ଯାତ୍ରା
ନୂଆଦିଲ୍ଲୀ :(ସଂକେତ ଟିଭି)ଏକ୍ସପ୍ରେସ୍ ୱେ ଏବଂ ଜାତୀୟ ରାଜମାର୍ଗ (ଏନଏଚ୍)ରେ ଶୁକ୍ରବାର ମଧ୍ୟରାତ୍ର ପରେ ଯାତାୟାତ ମହଙ୍ଗା ହୋଇଛି । ନ୍ୟାସନାଲ ହାଇେୱ ଅଥରିଟି ଅଫ ଇଣ୍ଡିଆ (ଏନଏଚଏଆଇ) ୧ ଏପ୍ରିଲରୁ ଟୋଲ ଟ୍ୟାକ୍ସ ବୃଦ୍ଧି କରିଛନ୍ତି । ଏବେ ବିଭିନ୍ନ ଶ୍ରେଣୀର ବାହନଙ୍କୁ ପୂର୍ବାପେକ୍ଷା ୫ରୁ ୧୫ ପ୍ରତିଶତ ଅଧିକ ଟୋଲ ଶୁଳ୍କ ଦେବାକୁ ପଡିବ । ସେହିପରି କମ ଦୂରତା ଲାଗି ୧୦ ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ଶୁଳ୍କ ଦେବାକୁ ପଡିବ ।
ଏନଏଚ୍ ଓ ଏକ୍ସପ୍ରେସ୍ ୱେରେ ଟୋଲ ଶୁଳ୍କ ବୃଦ୍ଧି ନେଇ ପୂର୍ବରୁ ଅଧିସୂଚନା ଜାରି ହୋଇଛି । ଏହି ଅଧିସୂଚନା ଅନୁସାରେ ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ ରେ ଚାରିଚକିଆ ଯାନ ଲାଗି ଟୋଲ ଟ୍ୟାକ୍ସରେ ୫ରୁ ୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ସେହିପରି ମୁମ୍ବାଇ ଏକ୍ସପ୍ରେସ୍ ଓ୍ବେ ରେ ଶୁଳ୍କ ୫ ପ୍ରତିଶତ ପର୍ଯ୍ୟନ୍ତ ବଢିଛିଛ ମୁମ୍ବାଇ-ପୁଣେ ଏକ୍ସପ୍ରେସ୍ ଓ୍ବେରେ ମଧ୍ୟ ୧ ଏପ୍ରିଲରୁ ଟୋଲ ଟ୍ୟାକ୍ସ ବଢିଯିବ । କାର, ଜିପ୍ ଭଳି ଚାରିଚକିଆ ଯାନ ପାଇଁ ଏବେ ଅସୁଲ ହେଉଥିବା ୨୭୦ ଟଙ୍କାର ଟୋଲ ଟ୍ୟାକ୍ସ ୩୨୦ ଟଙ୍କା ହୋଇଯିବ।
ସେହିପରି ମିନିବସ୍ ଓ ଟେମ୍ପୋ ଭଳି ବାହନ ଏପର୍ଯ୍ୟନ୍ତ ଦେଉଥିବା ୪୨୦ ଟଙ୍କା ଶୁଳ୍କ ୪୯୫ଟଙ୍କା ହୋଇଯିବ । ଏହି ନୂଆ ଟୋଲ ଟ୍ୟାକ୍ସ ପୂର୍ବାଞ୍ଚଳ ଏକ୍ସପ୍ରେସ୍ ଓ୍ବେ ସମେତ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ ଓ୍ବେ, ଦିଲ୍ଲୀ-ମିରଟ ଏକ୍ସପ୍ରେସ୍ ଓ୍ବେ, ଦିଲ୍ଲୀ-ହାପୁଡ ଏକ୍ସପ୍ରେସ୍ ଓ୍ବେ, ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ଓ୍ବେ, ବାରଣାସୀ-ଗୋରଖପୁର ହାଇେୱ, ଉନ୍ନାଓ-ଲକ୍ଷ୍ନୌ ନ୍ୟାସନାଲହାଇେୱ ସମେତ ଦେଶର ସମସ୍ତ ଜାତୀୟ ରାଜମାର୍ଗରେ ଟୋଲ ଟ୍ୟାକ୍ସ ମହଙ୍ଗା ହେବଛ ନୂଆ ଶୁଳ୍କ ହାର ସ୍ଥଳ ବିଶେଷରେ ପୃଥକ ପୃଥକ ହିସାବ କରାଯାଉଛି । ଏଣୁ ଦେଶର ବିଭିନ୍ନ ଜାତୀୟ ରାଜମାର୍ଗ ରେ ବାହନ ଚାଳକଙ୍କୁ ପୃଥକ ପୃଥକ ଟୋଲ ଶୁଳ୍କ ଦେବାକୁ ପଡିବ ।