ଗହଣା ଦୋକାନର ସଟର ତାଡି ଲକ୍ଷାଧିକ ଟଙ୍କାର ସୂନା ଗହଣା ଲୁଟ୍

ବାଲିଆପାଳ :(ଉମାକାନ୍ତ ନାୟକ)ଗହଣା ଦୋକାନର ସଟର ତାଡି ଲକ୍ଷାଧିକ ଟଙ୍କା ର ସୂନା ଗହଣା ଲୁଟି ନେଲେ ଦୁର୍ବୁତ୍ତ । ଜଳେଶ୍ବର ଥାନା ଅନ୍ତର୍ଗତ ନୂଆବଜାର ରେ ଥିବା ମା ତାରିଣୀ ନାମକ ଗହଣା ଦୋକାନରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତି ରେ ସଟର ତାଡି ଚୋରି କରିଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ଜଳେଶ୍ବର ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।