ଟୋଲ ଗେଟ ନିକଟରୁ ଜବତ ହେଲା ୩ ବସ୍ତା ଗଞ୍ଜେଇ, ୪ ଅଟକ

ବାଲିଆପାଳ : (ଉମାକାନ୍ତ ନାୟକ) ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଲକ୍ଷ୍ମଣନାଥ ଟୋଲ ଗେଟ ନିକଟରେ ପୋଲିସ ଚଢାଉ କରି 3 ବସ୍ତା ଗଂଜେଇ ସହ 4 ଜଣକୁ ଅଟକ ରଖିଛି । ଜବତ ଗଂଜେଇ ର ମୂଲ୍ୟ 1ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରା ଯାଉଛି । ଏହି ଗଂଜେଇ ଓଡିଶା ରୁ ପଶ୍ଚିମ ବଙ୍ଗ କୁ ଯାଉ ଥିଲା ବୋଲି ଜଳେଶ୍ବର ପୋଲିସ କହିଛି ।