ପୁନଃବ୍ୟବହାରକ୍ଷମ ରକେଟ୍ର ସଫଳ ପରୀକ୍ଷଣ କଲା ଇସ୍ରୋ
ନୂଆଦିଲ୍ଲୀ : (ସଂକେତ୍ ଟିଭି) ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) କର୍ଣ୍ଣାଟକର ଚିତ୍ରଦୁର୍ଗାସ୍ଥିତ ଏରୋନେଟିକାଲ ଟେଷ୍ଟ ରେଞ୍ଜ (ଏଟିଆର) ପ୍ରଥମ କରି ‘ରିୟୁଜେବଲ୍ ଲଞ୍ଚ୍ ଭେଇକ୍ଲ୍’ (ଆର୍ଏଲ୍ଭି) ବା ‘ପୁନଃବ୍ୟବହାରକ୍ଷମ ରକେଟ୍’ର ରବିବାର ସଫଳ ପରୀକ୍ଷଣ କରାଯାଇଛି।
ଆରଏଲଭି ସକାଳ ୭ଟା ୧୦ ରେ ଉଡ଼ାଗଲା ଏବଂ ସକାଳ ୭ଟା ୪୦ରେ ଏଟିଆର ଏୟାରଷ୍ଟ୍ରିପରେ ଅବତରଣ କରିଥିଲା। ଇସ୍ରୋ’ର ଏହି ମହାକାଶଯାନଟିକୁ ଭାରତୀୟ ବାୟୁସେନାର ଚିନୁକ ହେଲିକପ୍ଟର୍ ଜରିଆରେ ୪.୫ କିଲୋମିଟର୍ ଉଚ୍ଚ ଆକାଶକୁ ନିଆଯାଇଥିଲା। ‘ଆର୍ଏଲ୍ଭି’ର ‘ମିସନ୍ ମ୍ୟାନେଜ୍ମେଣ୍ଟ୍ କମ୍ପ୍ୟୁଟର୍ କମାଣ୍ଡ୍’ ଆଧାରିତ ଏହି ପରୀକ୍ଷାମୂଳକ ଉଚ୍ଚତାରେ ପହଞ୍ଚିବା ପରେ ‘ଆର୍ଭିଏଲ୍’କୁ ଆକାଶରେ ଛାଡ଼ି ଦିଆଯାଇଥିଲା ବା ଚିନୁକ ହେଲିକପ୍ଟର୍ରୁ ଅଲଗା କରିଦିଆଯାଇଥିଲା। ଏହାପରେ, ‘ଇଣ୍ଟିଗ୍ରେଟେଡ୍ ନେଭିଗେସନ୍, ଗାଇଡାନ୍ସ୍ ଆଣ୍ଡ୍ କଣ୍ଟ୍ରୋଲ୍ ସିଷ୍ଟମ୍’ ବ୍ୟବହାର କରି ‘ଆର୍ଭିଏଲ୍’ ‘ଏରୋନଟିକାଲ୍ ଟେଷ୍ଟ୍ ରେଞ୍ଜ୍’ର ଏୟାର୍ ଷ୍ଟ୍ରିପ୍ରେ ଆପଣାଛାଏଁ ଅବତରଣ କରିଥିଲା ବୋଲି ‘ଇସ୍ରୋ’ କହିଛି।
ଏହି ମହାକାଶଯାନ ବା ରକେଟ୍ଟି ଆମେରିକାର ମହାକାଶ ଏଜେନ୍ସି ‘ନାସା’ର ‘ସ୍ପେସ୍ ସଟଲ୍’ ସଦୃଶ। ସେ ‘ସ୍ପେସ୍ ସଟଲ୍’ ହେଉଛି ‘ନାସା’ର ‘ଲୋ ଆର୍ଥ ଅର୍ବିଟ୍’କୁ ଉପଗ୍ରହ ନେବାରେ ସବୁଠୁ ବଡ଼ ପରିବହନ ମାଧ୍ୟମ। ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନ ସାହାଯ୍ୟରେ ପୁନର୍ବାର ରକେଟ ଉତକ୍ଷେପଣ କରାଯାଇପାରିବ ବୋଲି ଇସ୍ରୋ କହିଛି।