ଝିଅରୁ ପୁଅ ହୋଇଥିବା ପୋଲିସ ସବ୍-ଇନିସ୍ପେକ୍ଟରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ
ଭଦ୍ରକ : (ସଂକେତ୍ ଟିଭି) ଥିଲେ ଝିଅ ହେଲେ ପୁଅ । ଆଉ ସେହି ପୁଅ ନାଁରେ ଏବେ ଆସିଛି ଦୁଷ୍କର୍ମ ଅଭିଯୋଗ । ପୋଲିସ ବିଭାଗରେ ଚାକିରି କରିଥିବା ଜଣେ ସବଇନସ୍ପେକ୍ଟରଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି । ଆଉ ତାଙ୍କ ନାଁରେ ମାମଲା ବି ରୁଜୁ ହୋଇଛି । ଭଦ୍ରକ ଟାଉନ ଥାନାରେ ଏମିତି ଏକ ସଙ୍ଗୀନ କେସ୍ ରୁଜୁ ହୋଇଛି । ଜଣେ ମହିଳା ସବ୍ ଇନସ୍ପେକ୍ଟରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ । ପୋଲିସ ତାକୁ ଗିରଫ କରିବା ପରେ ଡାକ୍ତରୀ ପରୀକ୍ଷା ପାଇଁ ପଠାଇଛି ।
ଅଲଟ୍ରା ସାଉଣ୍ଡ ହେବା ପରେ ଜଣା ପଡିଛି ଯେ ମହିଳା ସବଇନସ୍ପେକ୍ଟର ତାଙ୍କ ବ୍ରେଷ୍ଟ ଦୁଇଟି କାଟି ବାହାର କରିଦେବା ସହ ଗର୍ଭାଶୟ ବାହାର କରିଦେଇଛି । ଆଉ ପୁଅ ପିଲାଙ୍କ ଭଳି ଚୁଟି କାଟି ପୁଅଙ୍କ ପୋଷାକ ପିନ୍ଧୁଛି । ତେବେ ତାଙ୍କର ପୁରୁଷ ଲିଙ୍ଗ ଅଛି କି ନାହିଁ , ତାହା ଅଲଟ୍ରା ସାଉଣ୍ଡ ରିପୋର୍ଟରୁ ଜଣା ପଡିବ । ଯଦି ପୁରୁଷ ଲିଙ୍ଗ ଥିବା, ଦଫା 376 ବଳରେ କୋର୍ଟ ଚାଲାଣ କରାଯିବ , ଯଦି ନଥିବ ତାହେଲେ ଦଫା 354 ବଳରେ କୋର୍ଟ ଚାଲାଣ କରାଯିବ । ଏହି ମାମଲା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।