ଗେଟ ସୋ ଆପ ଜରିଆରେ ବଡ଼ ଠକେଇର ପର୍ଦାଫାସ ଇଓଡବ୍ଲ୍ୟୁ: ଅଭିଯୁକ୍ତ ଗିରଫ
ଭୁବନେଶ୍ବର : (ସଂକେତ୍ ଟିଭି) କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଗେଟ ସୋ ଆପ ଜରିଆରେ ୯ କୋଟି ଟଙ୍କାର ଠକେଇ ଅଭିଯୋଗ ପୁନେରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି ।
ଇଓଡବ୍ଲ୍ୟୁ ଏସପି ଦିଲୀପ ତ୍ରିପାଠୀଙ୍କର ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତ ହେଉଛନ୍ତି ବିଶାଳ ସଖାରାମ ଉତ୍କଲ । ତାଙ୍କୁ ପୁନେ ମଣ୍ଡୁଆ ଥାନା ଅଞ୍ଚଳରୁ ଗିରଫ କରାଯାଇଛି। ଅଭିଯୁକ୍ତର ଗୋଟିଏ ଆକାଉଣ୍ଟରୁ ୯ କୋଟି ଟଙ୍କା ମିଳିଛି।
ଅଭିଯୁକ୍ତ ହ୍ବାଟସଅପ୍ ଗ୍ରୁପ ଜରିଆରେ ଲୋକଙ୍କୁ ମତାଉଥିଲା।ଗେଟ ସୋ ଆପ ଡାଉନଲୋଡ କରି ୟୁପିଆଇ ଲିଙ୍କ ଜରିଆରେ କିମ୍ବା ଅନ୍ୟ ସଦସ୍ୟଙ୍କ ରେଫରାଲ ଲିଙ୍କ ଜରିଆରେ ଟଙ୍କା ଲଗାଇବା ପାଇଁ ପ୍ରବର୍ତ୍ତାଉଥିଲେ। କ୍ରିପଟୋ ମାଇନିଙ୍ଗରେ ଟଙ୍କା ଲଗାଇବା ସହ ପ୍ରତିଦିନ ୬ ପ୍ରତିଶତ ସୁଧରେ ଟଙ୍କା ମିଳିବ ଓ଼ ଯେକୌଣସି ସମୟରେ ଟଙ୍କା ଉଠାଣ କରି ପାରିବେ ବୋଲି ଲୋକଙ୍କୁ ଲୋଭ ଦେଖାଉଥିଲେ। ଗେଟ ସୋ ଆପ ବନ୍ଦ ହୋଇଗଲା ପରେ ସତ ସାମ୍ନାକୁ ଆସିଲା। ଅଭିଯୁକ୍ତର ଗୋଟିଏ ଆକାଉଣ୍ଟ କୁ ସବୁ ଠକେଇ ଟଙ୍କା ଯାଇଥିବା ଜଣା ପଡ଼ିଲା। ପଞ୍ଜାବ ଓ଼ ଛତିଶଗଡ଼ରେ ଅଭିଯୁକ୍ତ ନାଁ ରେ ମାମଲା ଅଛି।