ଟ୍ରକକୁ ପଛରୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ , ୭ ଆହତ
ଭଦ୍ରକ : (ସଂକେତ୍ ଟିଭି) ଭଦ୍ରକ ଜିଲ୍ଲା ୧୬ ନଂ ଜାତୀୟ ରାଜପଥର ବୀଣା ପେଟ୍ରୋଲ ଫମ୍ପ ନିକଟରେ ରାଜପଥରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି ।
ସୂଚନା ଅନୁସାରେ, ଶୁଭଲଷ୍ମୀ ନାମକ ଏକ ବସ ଭୁବନେଶ୍ୱର ରୁ କଲିକତା ଅଭିମୁଖେ ଯାଉଥିବା ବେଳେ ଭଦ୍ରକ ୧୬ ନଂ ଜାତୀୟ ରାଜପଥର ବୀଣା ପେଟ୍ରୋଲ ଫମ୍ପ ନିକଟରେ ଏକ ଟ୍ରକକୁ ପଛ ଆଡୁ ଧକ୍କା ଦେଇଥିଲା । ବସର ବାମ ପାର୍ଶ୍ଵରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ୭ ଜଣଙ୍କୁ ଭଦ୍ରକ ମେଡିକାଲ ରେ ଭର୍ତ୍ତି କରାଯାଇଛି । ଅନେକ ଯାତ୍ରୀ ମେଡିକାଲରୁ ପ୍ରାଥମିକ ଚିକିତ୍ସା ପରେ ଫେରିଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଁଚିଥିବା ବେଳେ ବସର ଡ୍ରାଇଭର ଓ ଅନ୍ୟ କର୍ମଚାରୀ ଫେରାର ହୋଇଥିବା ସୂଚନା ମିଳିଛି।