ବାଲେଶ୍ବର ଜିଲ୍ଲାରେ ତାଣ୍ଡବ ରୋଚିଲା ପଶ୍ଚିମା ଝଡ଼
ବାଲିଆପାଳ : (ଉମାକାନ୍ତ ନାୟକ) ତାଣ୍ଡବ ରୋଚିଲା ପଶ୍ଚିମା ଝଡ଼, ଭାଙ୍ଗିଲା ବଡ ବଡ଼ ଗଛ, ଉଡିଲା ଚାଳ ଛପର, ଉପାଡିଲା ବିଦୂତ ଖୁଣ୍ଟ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ କୁଟସାହି ପଂଚାୟତରେ ।
ଆଜି ଅପରାହ୍ନରେ ଆସିଥିବା ପଶ୍ଚିମା ଝଡରେ ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ କରିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଏହି ଝଡ଼ ଫଳରେ କୋଟସାହି, ଡିଙ୍ଗାଶୋଳ, ଗୋବର୍ଦ୍ଧନପୁର, ବାଗ, ବଙ୍ଗା, ପାଟଣାସାହି, ସାନରାଉତପଡ଼ା ଗ୍ରାମରେ ଇଲେକ୍ଟ୍ରିଖୁଣ୍ଟ, ବଡ଼ ବଡ଼ ଗଛ ମୁଖ୍ୟ ରାସ୍ତା ରେ ପଡିଛି । ଘର ଭାଙ୍ଗି ଯାଇଛି । ସ୍ଥାନୀୟ ଲୋକଙ୍କ ଦ୍ୱାରା ଖବର ପାଇ ଅଗ୍ନିଶମ ବିଭାଗ କୋଟସାହି ଗ୍ରାମରେ ପହଂଚି ଗଛ କାଟିବା ଓ ବିଦ୍ୟୁତ ଖୁଣ୍ଟ ଉଠେଇବା କାର୍ଯ୍ୟ ଜାରିରଖିଛନ୍ତି ।