ସ୍କୁଟି ଉପରେ ଚଢ଼ିଗଲା ନମ୍ବର ବିହୀନ ବାଲି ବୋଝେଇ ଟ୍ରାକ୍ଟର, ମହିଳା ମୃତ

ବାଲେଶ୍ବର : (ସଂକେତ୍ ଟିଭି) ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଥାନାଛକ-ଦେଉଳା ହାଟ ମୁଖ୍ୟ ରାସ୍ତାର ସରସ୍ଵତୀପୁର ଚଣ୍ଡୀ ମନ୍ଦିର ନିକଟରେ ସ୍କୁଟି ଉପରେ ମାଡ଼ିଗଲା ବେଆଇନ ତଥା ନମ୍ବର ବିହୀନ ବାଲି ବୋଝେଇ ଟ୍ରାକ୍ଟର। ଘଟଣାସ୍ଥଳରେ ସ୍କୁଟି ଚଳାଉ ଥିବା ମହିଳାଙ୍କ ମୃତ୍ୟୁ ହୋଇଛି। ରବିବାର ପୂର୍ବାହ୍ନରେ ଏଭଳି ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟିଛି ।

ମୃତ ମହିଳା ଜଣକ ହେଲେ ଭୋଗରାଇ ଥାନା ଜୟରାମପୁର ପଞ୍ଚାୟତ ଅନ୍ତର୍ଗତ ଖଡ଼ିକାବାଡି ଗ୍ରାମର ଲକ୍ଷ୍ମୀକାନ୍ତ ସାହୁଙ୍କ ଝିଅ ସାରଥୀ ଭୂୟାଁ (୩୫)। ଦୁର୍ଘଟଣା ଘଟାଇ ଟ୍ରାକ୍ଟରଟି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ବେଳେ ପୋଲିସ ଏହାକୁ ଜବତ କରିବାରେ‌ ସଫଳ ହୋଇଛି। ତେବେ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି।