ଶୂନ୍ୟ ମୃତ୍ୟୁ ସପ୍ତାହରେ ଚାଲିଗଲେ ଅଧ୍ୟାପିକା ଅଙ୍କିତା ମହାନ୍ତି

ବାଲେଶ୍ବର : (ସଂକେତ୍ ଟିଭି) ଶୂନ୍ୟ ମୃତ୍ୟୁ ସପ୍ତାହରେ ଚାଲିଗଲେ ଅଧ୍ୟାପିକା । କଲେଜରୁ କ୍ଲାସ ସାରି ସ୍କୁଟିରେ ଘରକୁ ଫେରୁଥିଲେ , ଷୋହଳ ଜାତୀୟ ରାଜପଥର ବାଲେଶ୍ବର ସହର ନିକଟ ବାମପଦା ଛକରେ ଟ୍ରକ ମାଡିଗଲା । ଗୁରୁତର ଅବସ୍ଥାରେ ବାଲେଶ୍ବର ଜିଲ୍ଲା ମୂଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଅତି ଗୁରୁତର ଥିବାରୁ ତାଙ୍କୁ ଭୂବନେଶ୍ବର AIIMSକୁ ନିଆଯାଇଥିଲା, ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହେଲା । ତାଙ୍କ ନାଁ ଅଙ୍କିତା ମହାନ୍ତି , ତାଙ୍କ ବାପା ବିର୍ଲା ଟାୟାରରେ ଚାକିରି କରୁଥିଲେ । ବିର୍ଲା ଟାୟାର ବନ୍ଦ ହେବା ପରେ ଅଙ୍କିତା ପରିବାର ଆର୍ଥିକ ବୋଝ ନିଜେ ମୁଣ୍ଡାଉଥିଲେ । ଆଉ ଏବେ ପରିବହନ ବିଭାଗ ତରଫରୁ ଏପ୍ରିଲ ପ୍ରଥମ ସପ୍ତାହକୁ ଶୂନ୍ୟ ମୃତ୍ୟୁ ସପ୍ତାହ ଭାବେ ପାଳନ କରାଯାଉଛି । ଏହି ସମୟରେ ସଡକ ଦୁର୍ଘଟଣାରେ ଅଧ୍ୟାପିକା ଅଙ୍କିତା ମହାନ୍ତିଙ୍କର ମୃତ୍ୟୁ ହେଲା ।