ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ୩ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କଲା ବିଜେଡ଼ି

ଭୁବନେଶ୍ବର : (ସଂକେତ୍ ଟିଭି) ବିଜେଡି ଝାରସୁଗୁଡା ଉପନିର୍ବାଚନ ପାଇଁ ପର୍ଯ୍ଯବେକ୍ଷକଙ୍କ ନାଁ ଘୋଷଣା କରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୩ ବରିଷ୍ଠ ନେତାଙ୍କୁ ପର୍ଯ୍ଯବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ୩ ବରିଷ୍ଠ ନେତା ହେଲା ଦେବୀ ପ୍ରସାଦ ମିଶ୍ର, ପ୍ରଶନ୍ନ ଆଚାର୍ଯ୍ଯ ଓ ସାରଦା ପ୍ରସାଦ ନାୟକ। ଏ ନେଇ ବିଜେଡିର ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି ।