ନୀଳ ରଙ୍ଗର ପକ୍ଷୀକୁ ହଟାଇ ଟ୍ବିଟରର ଲୋଗୋ ‘ଡଗି’ ରଖିଲେ ମସ୍କ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ବିଟରକୁ ଏଲନ୍ ମସ୍କ ଟ୍ବିଟର ଲୋଗୋ ପରିବର୍ତ୍ତନ କରିଥିବା ଖବର ସାମ୍ନାକୁ ଆସିଛି । ନୀଳ ରଙ୍ଗର ପକ୍ଷୀକୁ ହଟାଇ ସେହି ସ୍ଥାନରେ ଏକ କୁକୁର ଫଟୋ ଲଗାଇଛନ୍ତି । ଏହି କୁକୁର କ୍ରିପ୍ଟୋ କରେନ୍ସି ଡଚ୍ କଏନର ଲୋଗୋ । ଟ୍ବିଟର ଲୋଗୋ ପରିବର୍ତ୍ତନ ନେଇ ୫୧ ବର୍ଷୀୟ ମାଲିକ ଏଲନ୍ ମସ୍କ ମଧ୍ୟ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ହେଲେ ଏହି ଲୋଗୋ କିଛି ସମୟ ପାଇଁ ରଖାଯାଇଥିଲା । ପରେ କୁକୁରକୁ ଲୋଗୋ ସ୍ଥାନରୁ ହଟାଇ ସେହି ସ୍ଥାନରେ ପୁଣି ଥରେ ନୀଳ ପକ୍ଷୀକୁ ରଖାଯାଇଛି ।

‘ବ୍ଲୁ ବାର୍ଡ’ ଲୋଗୋ ୱେବ୍ ସଂସ୍କରଣରେ ଏକ ହୋମ୍ ବଟନ୍ ଭାବେ କାର୍ଯ୍ୟ କରୁଥିବା ବେଳେ ସୋମବାର ଟ୍ୱିଟର ବ୍ୟବହାରକାରୀମାନେ ‘ଡଗି’ ଲୋଗୋ ଦେଖିବାକୁ ପାଇଛନ୍ତି। ଏହି ଲୋଗୋଟି ୨୦୧୩ ମସିହାରୁ ତିଆରି ହୋଇଥିଲା।
ଟ୍ବିଟର ଲୋଗୋ ପରିବର୍ତ୍ତନ ପରେ ଏଲନ୍ ମସ୍କ ଏକ ପୁରୁଣା ଟ୍ବିଟ୍ ମଧ୍ୟ ସେୟାର କରିଛନ୍ତି । ଏଥିରେ ସେ ଟ୍ବିଟର ଲୋଗୋକୁ ନେଇ କ’ଣ ନୂଆ ପ୍ଲାଟଫର୍ମ ପାଇଁ ଏହା ଜୁରୁରୀ ବୋଲି ପ୍ରଶ୍ନ କରିଥିଲେ । ଏହାକୁ ନେଇ ଜଣେ ୟୁଜର୍ସ କମେଣ୍ଟରେ ଲେଖିଥିଲେ । ଟ୍ବିଟରକୁ କିଣି ନିଅନ୍ତୁ ଏବଂ ଏହାର ଲୋଗୋକୁ ପରିବର୍ତ୍ତନ କରିଦିଅନ୍ତୁ । ଏହାର ପ୍ରତିକ୍ରିୟା ଦେଇ ମସ୍କ କହିଥିଲେ, ଏହା ସବୁଠାରୁ ଭଲ ହେବ । ଏବେ ଲୋଗୋ କିଛି ସମୟ ପାଇଁ ପରିବର୍ତ୍ତନ କରି, ୟୁଜର୍ସକୁ ଦେଇଥିବା କଥା ରଖିଛି ବୋଲି ଟ୍ବିଟ୍ କରି କହିଛନ୍ତି ।

ଟ୍ବିଟରରୁ ନୀଳ ପକ୍ଷୀ ହଟିବା ପରେ ୟୁଜର୍ସ ମାନେ ଲୋଗୋ ପରିବର୍ତ୍ତନ ହୋଇଛି ବୋଲି ପ୍ରଶ୍ନ କରିଥିଲେ । ଟ୍ବିଟରରେ ଡଗି ଟ୍ରେଣ୍ଡ୍ କିଛି ସମୟ ପାଇଁ ଚାଲିଥିଲା। କିଛି ଲୋକ ଟ୍ବିଟର ହ୍ୟାକ୍ ହୋଇଛି ବୋଲି କହିଥିଲେ । ହେଲେ କିଛି ପରେ ଏଲନ୍ ମସ୍କ ଲେଖିଥିଲେ, କଥା ଦେଇ କଥା ରଖିଲି । ଏକ ପୁରୁଣା ଟ୍ବିଟ୍ ମଧ୍ୟ ସେୟାର କରିଛନ୍ତି ।