ଏନସିଇଆରଟି ପାଠ୍ୟପୁସ୍ତକରୁ ହଟିଲା ମୋଗଲ ସାମ୍ରାଜ୍ୟ ଅଧ୍ୟାୟ

ଲକ୍ଷ୍ନୌ : (ସଂକେତ୍ ଟିଭି) ଏନସିଇଆରଟି ପାଠ୍ୟପୁସ୍ତକରୁ ହଟିଲା ମୋଗଲ ସାମ୍ରାଜ୍ୟ ଅଧ୍ୟାୟ । ନୂଆ ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଏନସିଇଆରଟି ପାଠ୍ୟକ୍ରମର ଦ୍ବାଦଶ ଶ୍ରେଣୀ ପାଠ୍ୟପୁସ୍ତକରୁ ମୋଗଲ ସାମ୍ରାଜ୍ୟ ଅଧ୍ୟାୟକୁ ହଟାଇ ଦିଆଯାଇଛି । ଏହି ପରିବର୍ତ୍ତିତ ସିଲାବସ 2023-24 ଶିକ୍ଷାବର୍ଷକୁ ଲାଗୁ ହେବ ।

ସଂଶୋଧିତ ସିଲାବସ ଅନୁସାରେ ଷୋଳଶ ଶତାଦ୍ଦୀ ଏବଂ ଶାସକଙ୍କ ଇତିହାସ ସମ୍ବଦ୍ଧିତ ଅଧ୍ୟାୟ ହଟାଇ ଦିଆଯାଇଛି । ସିବିଏସଇ ଓ ୟୁପି ବୋର୍ଡ ସେମାନଙ୍କ ଦ୍ବାଦଶ ପାଠକ୍ରମକୁ ମୋଗଲ ସାମ୍ରାଜ୍ୟ ଅଧ୍ୟୟକୁ ବାଦ ଦେଇଛନ୍ତି । କିଙ୍ଗ୍ସ ଆଣ୍ଡ କ୍ରୋନିକଲ୍ସ ଏବଂ ଦ ମୋଗଲ କୋର୍ଟସ ଅଧ୍ୟୟକୁ ବାଦ ଦିଆଯାଇଥିବା ସୂଚନା ମିଳିଛି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି ଆମେ ଆମ ଛାତ୍ରଛାତ୍ରୀଙ୍କୁ ଏନସିଇଆରଟି ପୁସ୍ତକ ଜରିଆରେ ପାଠ ପଢାଉଛୁ । NCERT ଯାହା ନିୟମ ଆଣିବ ତାହାକୁ ଆମେ ପାଳନ କରିବୁ ।

ସେହିପରି ଏକାଦଶ ଶ୍ରେଣୀ ଇତିହାସ ବହରୁ ସେଣ୍ଟ୍ରାଲ ଇସଲାମିତ ଲ୍ୟାଣ୍ଡ୍ସ ଏବଂ କନଫ୍ରେଣ୍ଟେସନ ଅଫ କଲଚର୍ସକୁ ବାଦ ଦିଆଯାଇଥିବା ସୂଚନା ମିଳିଛି । ଖାଲି ସେତିକି ନୁହେଁ ହିନ୍ଦୀ ବହିରୁ କେତେକ କବିତା ଏବଂ ପାରାଗ୍ରାଫ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ହୋଇଛି । ଏହା ପୂର୍ବରୁ ଗୁଜୁରାଟ ଦଙ୍ଗାର ବିଷୟ ମଧ୍ୟ ଦ୍ବାଦଶ ଶ୍ରେଣୀ ରାଜନୈତିକ ବିଜ୍ଞାନ ପାଠ୍ୟପୁସ୍ତକରୁ ହଟାଇ ଦିଆଯାଇଥିଲା ।