ବାଲେଶ୍ବର ଜିଲ୍ଲାରେ ବନ୍ଦ ହୋଇ ରହିଛି ୯ଟି ବିଦେଶୀ ମଦ ଦୋକାନ

ବାଲେଶ୍ବର : (ସଂକେତ୍ ଟିଭି) ବାଲେଶ୍ବର ଜିଲ୍ଲାରେ ବନ୍ଦ ହୋଇ ରହିଛି ନଅଟି ବିଦେଶୀ ମଦ ଦୋକାନ । ନୂତନ ଆର୍ଥିକ ବର୍ଷ ଅର୍ଥାତ ଏପ୍ରିଲ ଏକ ତାରିଖରୁ ବନ୍ଦ ଅଛି । ସେଥି ମଧ୍ୟରୁ ଆଠଟି ଠିପି ବନ୍ଦ ଦୋକାନ ଥିବା ବେଳେ ଗୋଟିଏ ଠିପି ଖୋଲା ମଦ ଦୋକାନ ରହିଛି । ଠିପି ଖୋଲା ଦୋକାନଟି ହେଉଛି ବାଲେଶ୍ବର ସହରର ଏକ ବ୍ୟୟ ବହୁଳ ବାର । ଏହି ଦୋକାନ ମାଲିକ ଆବଶ୍ୟକ ମଦ( MGQ ) ଉଠାଇବାପେ ବିଫଳ ହୋଇଥିବାରୁ ଅବକାରୀ ବିଭାଗ ଏହି ପଦକ୍ଷେପ ନେଇଛି । ତେବେ ରାଜ୍ୟ ସରକାରଙ୍କ ପାଖରୁ ପରବର୍ତ୍ତୀ ନିର୍ଦେଶ ନଆସିବା ଯାଏ ବନ୍ଦ ରହିଥିବା ମଦ ଦୋକାନ ଖୋଲିବ ନାହିଁ ବୋଲି ଜିଲ୍ଲା ଅବକାରୀ ଅଧୀକ୍ଷକ କହିଛନ୍ତି ।