ମହିଳାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ କରି ଯୁବକ ଗିରଫ

ବାଲେଶ୍ବର : (ସଂକେତ୍ ଟିଭି) ମହିଳାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ କରି ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ବରମପୁର ଥାନା ଅଞ୍ଚଳରେ ଜଣେ ଯୁବକ ଗିରଫ ହୋଇଛନ୍ତି । ଗିରଫ ଯୁବକଙ୍କ ନାମ ପ୍ରକାଶ ସିଂହ, ତାଙ୍କ ଘର ନୀଳଗିରି ଟୋକିପଦା ଅଞ୍ଚଳରେ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ପ୍ରକାଶ ସିଂହ ବାଉଁଶପାଳ ଗ୍ରାମର ଜଣେ ଯୁବକଙ୍କ ସ୍ତ୍ରୀଙ୍କ ସହିତ ଫେସବୁକରେ ବନ୍ଧୁତା କରିଥିଲେ । ଦୁଇ ଜଣଙ୍କ ଭିତରେ ଚାଟିଂ ଆରମ୍ଭ ହୋଇଥିଲା । ପରେ ବିଶ୍ୱାସ ଜନ୍ମାଇ ଭିଡିଓ କଲ୍ କରି ଅଶ୍ଲୀଳ ଭିଡିଓ ରେକର୍ଡିଂ କରି ଭାଇରାଲ କରିଥିଲେ । ଏନେଇ ସେ ବାଲେଶ୍ଵର ସାଇବର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏନେଇ ଏକ ମାମଲା ରୁଜୁ କରି ପ୍ରକାଶକୁ ଗିରଫ କରିଛି ।