କୀଟନାଶକ ପିଇ ଚାରି ଶିଶୁ ଗୁରୁତର

ଭଦ୍ରକ : (ସଂକେତ୍ ଟିଭି) ଭଦ୍ରକ ଜିଲ୍ଲା ତିହିଡି ଥାନା ଝିଙ୍କିରିଆ ଅଞ୍ଚଳରେ ବିଲରେ ଖେଳୁଥିବା ସମୟରେ ପଡିଥିବା କିଟନାଶକ ଡବାରୁ ବିଷ ପିଇଦେଇ ଚାରି ଜଣ ଶିଶୁ ଗୁରୁତ ହୋଇଛନ୍ତି । ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ଯ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ ଝିଙ୍କିରିଆ ଅଞ୍ଚଳ ରୁ ଏମିତି ଘଟଣା ଘଟିଛି । ଝିଙ୍କିରିଆ ଗାଁ ର 4 ଜଣ ଛୋଟ ପିଲା ବିଲ ରେ ଖେଳୁଥିଲେ । ବିଲ ରେ ପଡିଥିଲା ଆକ୍ଟିଭ 80 ନାମକ ଏକ ହର୍ବାଲ ପଏଜନ କୁ 4 ଶିଶୁ ପିଇ ଦେଇଥିଲେ । ତେବେ ସ୍ଥାନୀୟ ଲୋକେ ଶିଶୁ ଙ୍କ ଅସ୍ୱାଭାବିକ ଆଚରଣ ଦେଖି ମେଡିକାଲ ଆଣିଥିଲେ । ସେମାନଙ୍କୁ ପ୍ରଥମେ ତିହିଡି ଓ ପରେ ଭଦ୍ରକ ମେଡିକାଲ ରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ବୟସ 2 ରୁ 3 ବର୍ଷ ହେବ ବୋଲି ସୂଚନା ମିଳିଛି ।