ଆଇପିଏଲ ବେଟିଂ ଅଭିଯୋଗରେ ୬ ଅଭିଯୁକ୍ତକୁ ଗିରଫ କଲା ପୁଲିସ

ରାଉରକେଲା: (ସଂକେତ୍ ଟିଭି) ଆଇଏପିଏଲ୍ ବେଟିଂ କାରବାର କରୁଥିବା ଅଭିଯୋଗରେ ରାଉରକେଲା ରଘୁନାଥପାଲି ଥାନା ପୁଲିସ ୬ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତଙ୍କ ଠାରୁ ୨୦ ଟି ମୋବାଇଲ ଫୋନ, ଦୁଇଟି ଲାପଟପ, ୪ଟି ଏଟିଏମ କାର୍ଡ ଜବତ ହୋଇଛି। ଏହି ବେଟିଂ କାରବାରରେ ସମ୍ପୃକ୍ତ ଥିବା ୮ ଟି ବ୍ୟାଙ୍କ ଏକାଉଣ୍ଟ୍ କୁ ପୁଲିସ ଫ୍ରିଜ କରିଛି। ଗିରଫ ଅଭିଯୁକ୍ତ ଉତ୍ତର ପ୍ରଦେଶ, ଛତିସଗଡ ଓ ମହାରାଷ୍ଟ୍ର ଅଞ୍ଚଳର ହୋଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।