ହେଲମେଣ୍ଟ ପିନ୍ଧି ବନ୍ଧୁକ ମୁନରେ ବ୍ୟାଙ୍କରେ ଲୁଟ ଉଦ୍ୟମ ବିଫଳ

ଭୁବନେଶ୍ବର : (ସଂକେତ୍ ଟିଭି) ବାରଙ୍ଗ ଥାନା ଅନ୍ତର୍ଗତ ତ୍ରିଶୂଳିଆ ଛକ ନିକଟରେ ଥିବା ଆଇସିଆଇସିଆଇ ବ୍ୟାଙ୍କରୁ ବନ୍ଧୁକ ମୁନରେ ଲୁଟ ଉଦ୍ୟମ ବିଫଳ ହୋଇଛି। ଆଜି ସକାଳ ୯ଟା ୫୦ରେ ବ୍ୟାଙ୍କ କର୍ମଚାରୀମାନେ କାର୍ଯ୍ୟରେ ଯୋଗଦେବା ବେଳେ ୩ ଜଣ ଅଜଣା ଯୁବକ ହେଲମେଣ୍ଟ ପିନ୍ଧି ବ୍ୟାଙ୍କ ଭିତରେ ପଶିଥିଲେ। ବନ୍ଧୁକ ଓ ଛୁରୀ ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କୁ ଭୟଭୀତ କରି ଟଙ୍କା କେଉଁଠି ଅଛି ପଚାରିଥିଲେ। ଠିକ ସେହି ସମୟରେ କର୍ମଚାରୀ ବ୍ୟାଙ୍କର ସାଇରନ୍ ବଜାଇଥିଲେ। ସଙ୍ଗେ ସଙ୍ଗେ ୩ ଜଣ ଲୁଟେରା ଭୟଭୀତ ହୋଇ ବ୍ୟାଙ୍କ ଛାଡ଼ି ପଳାଇଯାଇଥିଲେ। ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ବେଳେ ବାରଙ୍ଗ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।