ଯୁବକଙ୍କୁ ଅପହରଣ କରି ୪୦ଲକ୍ଷ ଟଙ୍କା ମାଗିବା ଘଟଣାରେ ଅଭିଯୁକ୍ତ ଗିରଫ
ବାଲେଶ୍ବର : (ସଂକେତ୍ ଟିଭି) ବାଲେଶ୍ୱର ଜିଲା ଚନ୍ଦନେଶ୍ୱର ନିକଟରୁ ଜଣେ ବ୍ୟକ୍ତିଙ୍କୁ ଅପହରଣ କରି ୪୦ଲକ୍ଷ ଟଙ୍କା ମାଗିବା ଘଟଣାରେ ପୋଲିସ ମୁଖ୍ଯ ଅଭିଯୁକ୍ତକୁ ଗିରଫ କରିଛି । ଅପହରଣ ଅଭିଯୋଗର ଦିନକ ମଧ୍ୟରେ ତାଳସାରି ସାମୁଦ୍ରିକ ଥାନା ଅଧିକାରୀ ଅଭିଯୁକ୍ତ ସୁମନ ଦେଙ୍କୁ ବାଲେଶ୍ୱରର ଷ୍ଟେସନ ଛକ ନିକଟରୁ ଗିରଫ କରିଛନ୍ତି।
ସୂଚନା ଅନୁସାରେ, ଚନ୍ଦନେଶ୍ୱର ନିକଟରୁ ବସ୍ତା ଥାନା ଅଂଚଳରେ ଥିବା ପଂଚୁରୁଖି ଗାଁର ଶିବାନନ୍ଦ ପାତ୍ର ନାମକ ଜଣେ ଠିକାଦାନ ତାଙ୍କ ସ୍ତ୍ରୀଙ୍କ ସହିତ ଦିଘା ବୁଲିବା ପାଇଁ ଯାଇଥିଲେ । ତାଙ୍କୁ ଚନ୍ଦନେଶ୍ହର ନିକଟରୁ ଏକ କାର୍ରେ ଅପହରଣ କରି ୪୦ଲକ୍ଷ ଟଙ୍କା ତାଙ୍କ ସ୍ତ୍ରୀଙ୍କୁ ଦେବା ପାଇଁ କୁହାଯାଇଥିଲା।
ବାଲେଶ୍ବର ଏସପି ସାଗରିକା ନାଥ କହିଛନ୍ତି ଶିବାନନ୍ଦଙ୍କ ସ୍ତ୍ରୀ ଏନେଇ ଅପହରଣ କାରୀଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଦେଇଥିବାବେଳେ ତିନୋଟି ଚେକ୍ ମଧ୍ୟ ଦେଇଥିଲେ । ତେବେ ଏନେଇ ଶିବାନନ୍ଦଙ୍କ ସ୍ତ୍ରୀ ତାଳସାରି ଥାନାରେ ଅଭିଯୋଗ କରିଥିଲେ। ତାଳସାରି ଥାନା ଅଧିକାରୀ ଚମ୍ପାବତୀ ସୋରେନ ଅଭିଯୁକ୍ତଙ୍କ ମୋବାଇଲ ନମ୍ବର ଟ୍ରାକ୍ କରି ସହଦେବ ଖୁଣ୍ଟା ଥାନା ଅଧିକାରୀଙ୍କ ସହଯୋଗରେ ବାଲେଶ୍ୱର ଷ୍ଟେଶନ ଛକ ନିକଟସ୍ଥ ଏକ ହୋଟେଲରୁ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଅପହୃତ ଯୁବକଙ୍କୁ ଉଦ୍ଧାର କରିଛି।
ଏହି ଘଟଣାରେ ପୋଲିସ କେସ୍ ନଂ ୩୨/୨୩ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଅପହରଣ କରାଯାଇଥିବା କାର୍ କୁ ଜବତ କରାଯାଇଛି । ତେବେ କେଉଁ କାରଣରୁ ଶିବାନନ୍ଦ ପାତ୍ରକୁ ଅପହରଣ କଲେ ତାହା ସ୍ପଷ୍ଟ ଜଣାପଡ଼ିନାହିଁ।