ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ୍
ମୁମ୍ବାଇ : (ସଂକେତ୍ ଟିଭି) ଭାରତୀୟ ରିଜର୍ଭ ବ୍ୟାଙ୍କ ‘ରେପୋ ରେଟ୍’ ୬.୫% ଅପରିବର୍ତ୍ତିତ ରଖିଛି । ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଦେଶରେ ମୁଦ୍ରାସ୍ଫୀତି ପରିସ୍ଥିତିକୁ ଚାହିଁ ‘ରେପୋ ରେଟ୍’ ୬.୫% ଅପରିବର୍ତ୍ତିତ ରଖିବା ଲାଗି ‘ମନିଟାରି ପଲିସି କମିଟି’ (ଏମ୍ପିସି) ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ସୂଚନାଯୋଗ୍ୟ, ଗତବର୍ଷ ମେ ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ରେପୋ ରେଟ୍ ୨୫୦ ବେସିସ୍ ପଏଣ୍ଟ୍ ବୃଦ୍ଧି କରିଥିଲା।
ବୈଶ୍ବିକ ଅର୍ଥନୀତି ଏବେ ଅସ୍ଥିରତାର ନୂତନ ପର୍ଯ୍ୟାୟର ସମ୍ମୁଖୀନ ହେଉଥିବାରୁ ରିଜର୍ଭ ବ୍ୟାଙ୍କ୍ ‘ମନିଟାରି ପଲିସି ଆକମଡେସନ୍’ର ପ୍ରତ୍ୟାହାର ଉପରେ ଧ୍ୟାନ ନିବେଶ କରିଛି ବୋଲି ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୨୨ ମେ’ରେ ଗ୍ରହଣ କରାଯାଇଥିବା ନୀତି ନିଷ୍ପତ୍ତି ସବୁ ଏବେ ବି ଅର୍ଥନୈତିକ ବ୍ୟବସ୍ଥାରେ କାମ କରୁଛି। ସୁଧ ର ଦର କମ୍ ଥିବାରୁ ଅର୍ଥନୈତିକ କାର୍ଯ୍ୟକଳାପ ବିଶେଷ ସକ୍ରିୟ ଅଛି।