OLXରେ ବିଜ୍ଞାପନ ଦେଇ ଠକେଇ ଅଭିଯୋଗରେ ଜଣେ ଗିରଫ

ଭୁବନେଶ୍ବର : (ସଂକେତ୍ ଟିଭି) OLXରେ ବିଜ୍ଞାପନ ଦେଇ ଲୋକଙ୍କୁ ଠକେଇ ଅଭିଯୋଗରେ ଆଶିଷ ଜେନା ନାମକ ଯୁବକକୁ ଭୁବନେଶ୍ବର ସାଇବର ଥାନା ପୋଲିସ ଗିରଫ କରିଛି ।

ସୂଚନା ଅନୁସାରେ, କୌଣସି ମୋବାଇଲ ଦୋକାନ ଯଦି ଓଏଲଏକ୍ସରେ ମୋବାଇଲ ବିକ୍ରି ପାଇଁ ବିଜ୍ଞାପନ ଦେଉଥିଲା ଆଶିଷ ତାକୁ ଟାର୍ଗେଟ୍ କରୁଥିଲା । ଆଶିଷ ନିଜ ନାଁରେ ସେହିଭଳି ମୋବାଇଲ ବିକ୍ରି ପାଇଁ OLXରେ ବିଜ୍ଞାପନ ଦେଉଥିଲା । ଆଶିଷକୁ ଯିଏ ଯୋଗାଯୋଗ କରୁଥିଲା ସେ ସିଧା ଉକ୍ତ ଗ୍ରାହକଙ୍କୁ ମୋବାଇଲ ଦୋକାନକୁ ପଠାଇ ଦେଉଥିଲା । ଆଉ ମୋବାଇଲର ନିର୍ଦ୍ଧାରିତ ଟଙ୍କାକୁ ନିଜ ପରିଚିତ ଲୋକଙ୍କ ଆକାଉଣ୍ଟରେ ଦେବା ପାଇଁ କହୁଥିଲା । ଟଙ୍କା ଆକାଉଣ୍ଟରେ ଆସିବା ପରେ ମୋବାଇଲ ସୁଇଚ୍ ଅଫ୍ କରିଦେଉଥିଲା । ଆଶିଷକୁ ଧରିବା ପାଇଁ ସାଇବର ଥାନାକୁ ନାକେଦମ୍ ହେବାକୁ ପଡିଥିଲା ।