ଝାରସୁଗୁଡା ଉପନିର୍ବାଚନ ପାଇଁ ବ୍ଲକସ୍ତରରେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି
ଭୁବନେଶ୍ବର : (ସଂକେତ୍ ଟିଭି) ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବରିଷ୍ଠ ନେତାଙ୍କୁ ବିଜେଡି ବ୍ଲକ୍ ଓ ମୁନିସିପାଲିଟି ସ୍ତରରେ ଦାୟିତ୍ବ ଦେଇଛି । ୪ ବ୍ଲକ ଓ ଗୋଟିଏ ପୌର ପରିଷଦ ପାଇଁ ୧୨ ବରିଷ୍ଠ ନେତା ଓ ମନ୍ତ୍ରୀଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି।
ଦଳ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, କିରିମିରା ବ୍ଲକ୍ ପାଇଁ ଅତନୁ ସବ୍ୟସାଚୀ ନାୟକ ଏବଂ ଟୁକୁନି ସାହୁଙ୍କୁ ଦାୟିତ୍ବ ମିଳିଛି । ସେହିଭଳି କୋଲାବିରା ପାଇଁ ନିରଞ୍ଜନ ପୂଜାରୀ ଓ ସରୋଜ ମେହେର, ଝାରସୁଗୁଡା ବ୍ଲକ୍ ପାଇଁ ପଦ୍ମନାଭ ବେହେରା ଏବଂ ଅରୁଣ ସାହୁଙ୍କୁ ଦାୟିତ୍ବ ଦିଆଯାଇଛି ।
ସେହିଭଳି ଲଇକେରା ବ୍ଲକ୍ ପାଇଁ ପ୍ରତାପ କେଶରୀ ଦେବ ଏବଂ ଦିବ୍ୟଶଙ୍କର ମିଶ୍ରଙ୍କୁ ଦାୟିତ୍ବ ଦିଆଯାଇଛି । ଝାରସୁଗୁଡା ମ୍ୟୁନିସିପାଲିଟି ପାଇଁ ପ୍ରତାପ ଜେନା, ପୁଷ୍ପେନ୍ଦ୍ର ସିଂହଦେଓ, ସ୍ନେହାଙ୍ଗିନୀ ଛୁରିଆ ଏବଂ ରୀତା ସାହୁଙ୍କୁ ବିଜେଡି ଦାୟିତ୍ବ ଦେଇଛି ।