ଟ୍ବିଟର ଲୋଗୋରୁ ହଟିଲା କୁକୁର, ଫେରିଲା ନୀଳ ଚଢେଇ
ନୂଆଦିଲ୍ଲୀ : (ସଂକେତ୍ ଟିଭି) କିଛି ଦିନ ପୂର୍ବରୁ ଟ୍ବିଟର ତାର ଲୋଗୋ ନୀଳ ଚଡେଇ ସ୍ଥାନରେ ଏକ କୁକୁରର ମୁହଁ ଲଗେଇଥିଲା। ଏବେ ଲୋଗୋ ନିଳ ଚଢେଇ ପୁଣି ତା ପୁରୁଣା ସ୍ଥାନକୁ ଫେରିଛି।
ସୂଚନା ଅନୁସାରେ ଟ୍ବିଟରରେ ଲଗାଯାଇଥିବା କୁକୁର ଶିବା ଇନୁ ଡଗ ମିମ୍ ହେଲା କ୍ରେଫ୍ଟୋ କରେନ୍ସୀ ଡଜ କଏନର ଲୋଗୋ। ଟ୍ୱିଟର ତା ହୋମ ପେଜ୍ରେ ଯେମିତି ଡଗ୍ ମିମ ବଦଳେଇବା ଲୋକଙ୍କୁ ଜଣାପଡିଲା ଲୋକେ ଡଜ କଏନ କିଣିବାରେ ନିବେଶ କରିଦେଇଥିଲେ। ଫଳରେ ଡଜ କଏନର ଦର ଦେଖୁ ଦେଖୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ବଢି ଯାଇଥିଲା।
ହେଲେ କିଛି ଦିନ ହେଲା କ୍ରେପ୍ଟୋ କରେନ୍ସୀ ବଜାରରେ ହ୍ରାସ ଦେଖାଯାଇଛି। ଟ୍ୱିଟରରେ କୁକୁର ଛବି ଲାଗିବା ପରେ ଡଜ କଏନର ବଢିଥିବା ମୂଲ୍ୟ ହ୍ରାସ ହେବାରେ ଲାଗିଛି। ଟ୍ୱିଟରର ଲୋଗୋ ବଦଳିବା ସହିତ ଡଜ କଏନ ମୂଲ୍ୟରେ ପ୍ରାୟ ୯ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଛି।
ତେବେ ଟ୍ୱିଟର ହୋମପେଜ୍ ବଟନରୁ କୁକୁରର ଫଟୋ ହଟିବା ଓ ପୁଣି ନିଳ ଚଢେଇ ଫେରିବା ଡଜ କଏନ ପାଇଁ କ୍ଷତିର କାରଣ ପାଲଟିଛି। ଥରକରେ ଡଜ କଏନ ମୂଲ୍ୟରେ ୯ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖାଯାଇଛି। ତେବେ ପରେ ମୂଲ୍ୟରେ ସାମାନ୍ୟ ସୁଧାର ହୋଇଛି। ଡଜକଏ ଏବେ ୭.୫୨ ପ୍ରତିଶତ ହ୍ରାସ ସହିତ ୦.୦୮୫୩୬ ଡଲାରରେ କାରବାର କରୁଛି। ଡଜ କଏନର ମାର୍କେଟ୍ କ୍ୟାପ୍ ୧,୩୫୫,୭୧୭,୦୧୫ଆମେରିକୀୟ ଡଲାର ଥିଲା।
ଟେସ୍ଲା ଓ ଟ୍ୱିଟରର ମାଲିକ ଏଲନ ମସ୍କ କ୍ରେଫ୍ଟୋ କରେନ୍ସୀର ଜଣେ ଦୃଢ ସମର୍ଥକ। ଡଜ କଏନ ତାଙ୍କ ପସନ୍ଦର କ୍ରେଫ୍ଟୋ। ଟ୍ୱିଟରରେ ମସ୍କ ଅଚାନକ ପରିବର୍ତ୍ତନ କରିବା ଯୋଗୁ ଡଜ କଏନ ମୂଲ୍ୟରେ ହ୍ରାସ ବୃଦ୍ଧି ଦେଖାଯାଇଛି। ୨୦୨୧ରେ ଟେସ୍ଲା ଏକ ଘୋଷଣାରେ କିଛି ବ୍ୟବସାୟୀକ ବସ୍ତୁର ପୈଠ ପାଇଁ ଡଜ କଏନ ବ୍ୟବହାର କରିବାକୁ ଅନୁମତି ଦେବେ ବୋଲି କହିବା ପରେ ଏହି କଏନ ମୂଲ୍ୟରେ ଅଚାନକ ୨୦ ପ୍ରତିଶତ ବୃଦ୍ଧି ହୋଇଥିଲା। ତେବେ ଟ୍ୱିଟରରୁ କୁକୁର ହଟିବା ପରେ କ୍ରେଫ୍ଟୋ ବଜାର ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଛି।