କଂଗ୍ରେସ ଛାଡି ବିଜେପିରେ ସାମିଲ ହେଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ହାତ ଛାଡି ବିଜେପିରେ ସାମିଲ ହୋଇଛନ୍ତି ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ । ନୂଆଦିଲ୍ଲୀରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସେ ଯୋଗ ଦେଇଛନ୍ତି । ଗତ ସପ୍ତାହରେ ସେ କଂଗ୍ରେସ ଛାଡ଼ିଥିଲେ। କୁହାଯାଉଛି ସେ କଂଗ୍ରେସରେ ନେତୃତ୍ବରେ ଅସ୍ଥିରତାକୁ ନେଇ ସେ କଂଗ୍ରେସ ଛାଡ଼ିବା ନିଷ୍ପତ୍ତି ନେଇଥିଲେ।

ଦଳ ଛାଡ଼ିବା ନେଇ ସେ କହିଛନ୍ତି ଯେ ସେ କହିଛନ୍ତି ମୁଁ କେବେ ଭାବି ନଥିଲି କଂଗ୍ରେସ ଛାଡିବି । କଥାରେ ଅଛି ନା ମୋ ରାଜା ଭାରି ଜ୍ଞାନୀ ସେ ନିଜ କଥା ଭାବନ୍ତି ନାହିଁ । କାହା ପରାମର୍ଶ ଶୁଣନ୍ତି ନାହିଁ । କଂଗ୍ରେସରେ ରହି ଉପେକ୍ଷିତ ମନେ କରୁଥିଲି । ମୁଁ ଓ ମୋ ପରିବାର 1952ରୁ କଂଗ୍ରେସ ସହି ଜଡିତ । 60 ବର୍ଷରୁ ଅଧିକ ସମୟ ହେବ କଂଗ୍ରେସ ସହ ସମ୍ପର୍କ ଥିଲା । ମୋତେ ଦଳ ଛାଡିବାକୁ ପୂର୍ବରୁ ବିରୋଧୀଙ୍କ ପକ୍ଷରୁ ପଦ ମିଳିଥିବା ମାତ୍ର ମୁଁ ଛାଡି ନଥିଲି ।

ସେ ଆହୁରି କହିଛନ୍ତି କଂଗ୍ରେସ ହାଇକମାଣ୍ଡଙ୍କ ଭୁଲ ନିଷ୍ପତ୍ତି ପାଇଁ ସମସ୍ତ ରାଜ୍ୟରେ ଦଳର ପତନ ହୋଇଛି । ସେମାନେ ଲୋକଙ୍କ ସହ କଥା ହୁଅନ୍ତି ନିଅନ୍ତି ନାହିଁ ନେତାଙ୍କ ମତ ନିଅନ୍ତି ନାହିଁ । ଏହା କେବଳ ଗୋଟିଏ ରାଜ୍ୟ କଥା ନୁହେଁ ସମଗ୍ର ଦେଶର କଥା । ସେମାନେ କ୍ଷମତା ଚାହାନ୍ତି ମାତ୍ର ପରିଶ୍ରମ କରନ୍ତି ନାହିଁ । କିରଣ କୁମାର ରେଡ୍ଡୀ 1989ରେ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ଭାୟଲପାଡୁରୁ କଂଗ୍ରେସ ଟିକେଟ ପାଇ ଜିତିଥିଲେ । 2010ରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ବଡ଼ କଥା ହେଉଛି ୨୦୧୪ରେ ତେଲଙ୍ଗାନାର ଗଠନ ପରେ ରେଡ୍ଡି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେହି ସମୟରେ ତାଙ୍କୁ ନିଜ ପାର୍ଟି ଜୟ ସମୈକ୍ୟ ଆନ୍ଧ୍ର ପାର୍ଟିର ଗଠନ କରିଥିଲେ। ଅବଶ୍ୟ ୨୦୧୮ରେ ତାଙ୍କର ତତ୍କାଳୀନ କଂଗ୍ରେସ୍‌ ମୁଖ୍ୟ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ସେ ପୁଣି ଦଳକୁ ଫେରିଥିଲେ।