ବରଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା କନେଷ୍ଟେବଲଙ୍କ ମୃତଦେହ
ମାଲକାନଗିରି : (ସଂକେତ୍ ଟିଭି) ମାଲକାନଗିରି ଜିଲ୍ଲା ଏମଭି ୪୨ ଗ୍ରାମ ନିକଟରେ ଜିଲ୍ଲା ପୁଲିସ ବିଭାଗରେ କାର୍ଯ୍ଯରତ କନଷ୍ଟେବଳ ସୁଶାନ୍ତ ହାଲଦାରଙ୍କ ମୃତ ଦେହ ଏକ ବରଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ଗ୍ରାମ ନିକଟରେ ଏଭଳି ଘଟଣା ଘଟିଥିବାର ଗ୍ରାମବାସୀ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ମାଲକାନଗିରି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ତେବେ କନେଷ୍ଟବଳ ସୁଶାନ୍ତଙ୍କ ନିଜ ଘର ନବରଙ୍ଗପୁର ଜିଲ୍ଲା ଉମରକୋଟ ହୋଇଥିବା ବେଳେ ଏମଭି ୪୨ ରେ ବିବାହ କରିବା ସହ ରହିଆସୁଥିଲେ। ସୁଶାନ୍ତ କାହିଁକି ଆତ୍ମହତ୍ୟା କଲେ କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ସୁଶାନ୍ତଙ୍କ ପକେଟରେ ୮ଟି ହାତଲେଖା ସୁଇସାଇଡ ନୋଟକୁ ପୁଲିସ ଜବତ କରିଛି।