କମିଲା ସିଏନଜି ଓ ପିଏନଜି ଦର

ନୂଆଦିଲ୍ଲୀ : (ସଂକେତ୍ ଟିଭି) ସିଏନଜି ଓ ପିଏନଜିର ମୂଲ୍ୟ ହ୍ରାସ ହୋଇଛି । ସିଏନଜି କେଜି ପିଛା ୮ଟଙ୍କା ୧୩ ପଇସା ଓ ପିଏନଜି ୫ ଟଙ୍କା ୬ ପଇସା ହ୍ରାସ ହୋଇଛି । ଭାରତ ସରକାରଙ୍କ ନୂତନ ଗ୍ୟାସ ଦର ନିର୍ଦ୍ଦାରଣ ଫର୍ମୁଲା ଆଧାରରେ ଏହି ଦର ପରିବର୍ତ୍ତନ କରାଯାଇଛି । ମଧ୍ୟରାତ୍ରିରୁ ଏହି ଦର ଲାଗୁ କରାଯାଇଛି ।

ସମଗ୍ର ଦେଶରେ ସିଏନଜି ଏବଂ ପିଏନଜିର ମୂଲ୍ୟ ହ୍ରାସ ହେବା ପରେ ଗ୍ରାହକଙ୍କୁ ଆଶ୍ବସ୍ତି ମିଳିଛି । ପ୍ରାକୃତିକ ଗ୍ୟାସର ମୂଲ୍ୟ ସ୍ଥିର କରିବା ପାଇଁ ସରକାର ଏକ ନୂତନ ପଦ୍ଧତି ଗ୍ରହଣ କରିଛନ୍ତି । ଗତ ବର୍ଷ ତୁଳନାରେ ୨୨ ବୃଦ୍ଧିପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ବ୍ୟାପାର କମିଟିର ବୈଠକ ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହି ଘୋଷଣା କରିଛନ୍ତି । ଅନୁରାଗ ଠାକୁର କହିଥିଲେ ଏହି ପଦକ୍ଷେପ ସହିତ ପିଏନଜି କିମ୍ବା ରନ୍ଧନ ଗ୍ୟାସ ୧୦ ପ୍ରତିଶତ ଶସ୍ତା ହେବ ଏବଂ ସିଏନଜି ମୂଲ୍ୟ ୬ରୁ ୯ ପ୍ରତିଶତ ହ୍ରାସ ପାଇବ । ଆଜିଠାରୁ ଏହା କାର୍ଯ୍ୟକାରୀ ହୋଇଛି ।

ସୂଚନା ଅନୁସାରେ, ଗତ ଅଗଷ୍ଟ ୩ ତାରିଖରେ ସିଏନଜି ଓ ଘରୋଇ ପିଏନଜି ଦର ବୃଦ୍ଧି ହୋଇଥିଲା । ମୁମ୍ବାଇ ଏବଂ ସାରା ରାଜ୍ୟରେ ସିଏନଜି କେଜି ପିଛା ୬ ଟଙ୍କା ଏବଂ ପିଏନଜି ପିଛା ୪ ଟଙ୍କା ବଢାଇଥିଲା ମହାନଗର ଗ୍ୟାସ ଲିମିଟେଡ ।