ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି
ହାଇଦ୍ରାବାଦ : (ସଂକେତ୍ ଟିଭି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସିକନ୍ଦରାବାଦ-ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଅତ୍ୟାଧୁନିକ ଟ୍ରେନ୍ ଦୁଇ ସହର ମଧ୍ୟରେ ଯାତ୍ରା ସମୟକୁ ପ୍ରାୟ ସାଢେ 3 ଘଣ୍ଟା ହ୍ରାସ କରିବ । ଯାହା ତୀର୍ଥଯାତ୍ରୀମାନଙ୍କ ପାଇଁ ବିଶେଷ ଲାଭଦାୟକ ହେବ । ଗତ ତିନି ମାସ ପୂର୍ବେ ମୋଦି ତେଲେଙ୍ଗାନାକୁ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଭେଟି ଦେଇଥିଲେ ।
ଆଜି ଦିନ 11ଟା 45 ମିନିଟ ସମୟରେ ସିକନ୍ଦରାବାଦରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦି । ସେଠାରେ ସିକନ୍ଦରାବାଦତିରୁପତି ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇଥିଲେ । ଏହି ଟ୍ରେନ ତିରୁପତିକୁ ସଂଯୋଗ କରୁଥିବା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ଏହି ଅତ୍ୟାଧୁନିକ ଟ୍ରେନ୍ ଦୁଇ ସହର ମଧ୍ୟରେ ଯାତ୍ରା ସମୟକୁ ପ୍ରାୟ ସାଢେ 3 ଘଣ୍ଟା ହ୍ରାସ କରିବ ।
ସେହିପରି ମୋଦି ଚେନ୍ନାଇ ଯାଇ ସେଠାରେ ଚେନ୍ନାଇ କୋଏମ୍ବାଟୁର ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।