ବଜ୍ରାଘାତରେ ୩ ମହିଳାଙ୍କ ମୃତ୍ୟୁ, ୫ ଆହତ

ବାରିପଦା : (ସଂକେତ୍ ଟିଭି) ବଜ୍ରାଘାତରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଏନଏସି ଅନ୍ତର୍ଗତ ୧୫ ନଂ ୱାର୍ଡ ଅଙ୍କୁରାରେ ୩ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୫ ଆହତ ହୋଇଥିବା ଦେଖାଯାଇଛି । ଗ୍ରାମର ମୁକ୍ତା ମୁଣ୍ଡା ନାମ୍ନୀ ମହିଳାଙ୍କ ଆଜି ସକାଳେ ମୃତ୍ୟୁ ହୋଇଯାଇଥିଲା । ମୃତ୍ୟୁ ଖବର ପାଇ ବିଭିନ୍ନ ଗ୍ରାମରୁ ତାର ସମ୍ପର୍କୀୟମାନେ ଅନ୍ତିମ ସଂସ୍କାର ପାଇଁ ଆସିଥିଲେ । ଆଜି ଅପରାହ୍ନ ୩ଟାରେ ମୁକ୍ତାଙ୍କ ଘର ନିକଟରେ ଥିବା ଏକ ଆମ୍ବ ଗଛ ମୂଳେ ସମ୍ପର୍କୀୟମାନେ ବସିଥିବା ସମୟରେ ଅଚାନକ ବର୍ଷା ଓ ପବନ ହୋଇଥିଲା । ଏହି ସମୟରେ ଆମ୍ବ ଗଛ ଉପରକୁ ବଜ୍ରପାତ ହେବା ଯୋଗୁଁ ଗଛମୂଳେ ବସିଥିବା ଲୋକଙ୍କ ମଧ୍ୟରୁ ସୁବାସୀନୀ ଦାସ(୭୦), ଜୀବତୀ ନାଏକ(୩୦),ଗର୍ଭବତୀ ମହିଳା ହେମଲତା ହୋ(୨୫)ଙ୍କ ମୃତ୍ୟୁ ହୋଇଯାଇଥିଲା । ବଜ୍ରପାତ ଯୋଗୁଁ ଯୁବତୀ ନାଏକ, ମାଳତୀ ନାଏକ, ଭୁବନ ହୋ, ସୋନାଲି ବାସ୍କେ ଏବଂ ଦେଢ଼ ବର୍ଷର ଶିଶୁ ତେଜଶ୍ୱରୀ ନାଏକ ଆହତ ହୋଇଥିଲେ । ମୃତକ ଏବଂ ଆହତମାନଙ୍କୁ ଉପଖଣ୍ଡ ଚିକିତ୍ସା ଳୟକୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇଥିଲା ।