ମାଲକାନଗିରିରେ ହେବ ‘ପୁଷ୍ପା -୨’ର ସୁଟିଂ: ଅନୁମତି ଦେଲା ପ୍ରଶାସନ
ମାଲକାନଗିରି : (ସଂକେତ୍ ଟିଭି) ସୁପରହିଟ ସିନେମା ପୁଷ୍ପାର ବିଶ୍ବବ୍ୟାପୀ ସଫଳତା ପରେ ଏବେ ‘ପୁଷ୍ପା -୨’ର ସୁଟିଂ ଜୋରସୋର୍ ରେ ଚାଲିଛି । ତେବେ ତେଲୁଗୁ ସୁପରଷ୍ଟାର୍ ଆଲୁ ଅର୍ଜୁନଙ୍କ ଏହି ନୂଆ ସିନେମା ‘ପୁଷ୍ପା -୨’ର ସୁଟିଂ ମାଲକାନଗିରିରେ କରାଯିବ ବୋଲି ଜଣାପଡିଛି।
ସୂଚନା ଅନୁସାରେ, ମାଲକାନଗିରିରେ ସ୍ବାଭିମାନ ଅଞ୍ଚଳର ବିଭିନ୍ନ ଲୋକେସନରେ ‘ପୁଷ୍ପା -୨’ର କିଛି ଅଂଶ ସୁଟିଂ କରିବା ପାଇଁ ପ୍ରୟୋଜକ ସଂସ୍ଥା ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଏଥିପାଇଁ ଅନୁମତି ମଧ୍ଯ ଲୋଡ଼ିଛନ୍ତି। ଏଥିପାଇଁ ଫିଲ୍ମର ପ୍ରଡକସନ ମ୍ଯାନେଜର ପିଭି ରାଓଙ୍କ ନେତୃତ୍ବରେ ଏକ ୬ ଜଣିଆ ଟିମ ଗତ ୭ ଓ ୮ ତାରିଖରେ ମାଲକାନଗିରିର ସ୍ବାଭିମାନ ଅଞ୍ଚଳର ହନ୍ତାଳଗୁଡା, ସାର୍କୁବନ୍ଧ ଝୋଲା ପୋଲ ଆଦି ବୁଲି ଦେଖିଛନ୍ତି। ତେବେ ‘ପୁଷ୍ପା -୨’ର ସୁଟିଂ ଲାଗି ପ୍ରଶାସନ ଓ ପୋଲିସ ପକ୍ଷରୁ ସବୁଜ ସଂକେତ ଦିଆଯାଇଥିବା ଜଣା ପଡ଼ିଛି। ଆଗାମୀ ମେ ମାସରେ ଫିଲ୍ମର ସୁଟିଂ ଏଠାରେ କରାଯିବ ବୋଲି ଜଣାଯାଇଛି।
