ଆପେ ଆପେ ଷ୍ଟାର୍ଟ ହୋଇ ରାସ୍ତା ତଳକୁ ଖସିପଡିଲା ବସ୍
ବାରିପଦା : (ସଂକେତ୍ ଟିଭି) ରାସ୍ତା ଉପରେ ଠିଆ ହୋଇଥିବା ବସ୍ ହଠାତ୍ ଆପେ ଆପେ ଷ୍ଟାର୍ଟ ହୋଇ ରାସ୍ତା ତଳକୁ ଖସିପଡିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟରାଜପଥର ଗଡ଼ଦେଉଳିଆ ଠାରେ । ବାରିପଦାରୁ ଭୁବନେଶ୍ୱର ଯାଉଥିବା ମହାପାତ୍ର ନାମକ ଘରୋଇ ଯାତ୍ରୀବାହୀ ବସ ଏଭଳି ଦୁର୍ଘଟଣାଗ୍ରସ୍ତ ହୋଇଛି।
ସୂଚନା ଅନୁସାରେ ଯାନ୍ତ୍ରିକ ତ୍ରୁଟି ପାଇଁ ରାସ୍ତା ପାର୍ଶ୍ଵରେ ଛିଡା ହୋଇଥିବା ବେଳେ ସର୍ଟସର୍କିଟରୁ ନିଆଁ ଲାଗିବା ସହିତ ଆପେ ଆପେ ଷ୍ଟାର୍ଟ ହୋଇ ବସଟି ଚାଲିବା ଆରମ୍ଭ କରି ରାସ୍ତା ତଳକୁ ଖସିପଡିଛି। ଦୁର୍ଘଟଣା ସମୟରେ କୌଣସି ଯାତ୍ରୀ କିମ୍ବା ଚାଳକ ଓ ବସର ଅନ୍ୟାନ୍ୟ କର୍ମଚାରୀ ନଥିଲେ । ଖବର ପାଇ ବେତନଟୀ ଅଗ୍ନିଶମବାହିନୀ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।