ନିଆଁରେ ପୋଡି ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ
ସିମୁଳିଆ : (ଯାଦବାନନ୍ଦ ଦାସ ) ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ମାର୍କୋଣା ଲଷ୍ମୀ ବଜାର ନିକଟରେ ଜଣେ ମହିଳା ନିଆଁରେ ପୋଡି ହୋଇ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ସ୍ବର୍ଗତ ମୃତ୍ୟୁଞ୍ଜୟ ପତ୍ରୀଙ୍କ ସ୍ତ୍ରୀ କବିତା ପତ୍ରୀ ବିଳମ୍ବିତ ରାତିରେ ଉପର ମହଲାରୁ ଆସି ପୋଡି ହୋଇ ତଳେ ପଡିଥିବାର ଆଜି ସକାଳେ ଘରର ଚାକରାଣୀ ପ୍ରଥମେ ଦେଖିବାକୁ ପାଇଥିଲେ। ପରେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ସିମୁଳିଆ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ କଟକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଘରୋଇ ଆମ୍ବୁଲାନ୍ସ ଯୋଗେ କବିତାଙ୍କୁ କଟକ ମେଡ଼ିକାଲରେ ଯାଉଥିବା ବେଳେ ଅଧାବାଟରେ କବିତାଙ୍କର ମୃତ୍ୟୁ ଘଟିଥିଲା।
ଅନ୍ୟପଟେ କବିତା ବିଳମ୍ବିତ ରାତିରେ କଣ ପାଇଁ ଉପର ମହଲରୁ ତଳକୁ ଆସିଲେ। ଏହି ମୃତ୍ୟୁ ପଛରେ କାହାର ରହିଛି ହାତ। କବିତା ଙ୍କୁ କେହି କିରାସିନି ଢ଼ାଳି ହତ୍ୟା କରିଛି ନା ସେ ଆତ୍ମହତ୍ୟା କରିଛନ୍ତି ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଖବର ପାଇ ସିମୁଳିଆ ପୋଲିସ ପହଂଚି ତଦନ୍ତ କରୁଥିବା ଜଣାପଡିଛି।