ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହର ଘନିଷ୍ଠ ସହଯୋଗୀ ପାପାଲପ୍ରୀତ ଗିରଫ
ଚଣ୍ଡିଗଡ : (ସଂକେତ୍ ଟିଭି) ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହର ଘନିଷ୍ଠ ସହଯୋଗୀ ପାପାଲପ୍ରୀତ ସିଂହଙ୍କୁ ଗିରଫ କରାଯାଇଛି । ଆଜି ପଞ୍ଜାବ ପୁଲିସ୍ର ଗୁଇନ୍ଦା ବିଭାଗ ହୋଶିହାରପୁରରୁ ତାକୁ ଗିରଫ କରିଛି। ସେପଟେ ପଳାତକ ଘୋଷିତ ଅମ୍ରିତପାଲଙ୍କୁ ମାର୍ଚ୍ଚ ୧୮ରୁ ଫେରାର ଥିବା ପୁଲିସ ଖୋଜୁଛି।
ସୂଚନା ଅନୁଯାୟୀ, ପଞ୍ଜାବ ପୁଲିସ ଦିଲ୍ଲୀ ପୁଲିସ୍ର ସ୍ପେଶାଲ ସେଲ ସହାୟତାରେ ଏକ ବଡ ଅପରେଶନ ଜାରି ରଖିଥିଲା, ଯାହା ପରେ ପପଲପ୍ରୀତଙ୍କୁ ଗିରଫ କରାଯାଇଛି। ଉଭୟ ଜଲନ୍ଧର, ହୋଶିଆରପୁର ଓ ଅମୃତସରର ବିଭିନ୍ନ ସ୍ଥାନରେ ଲୁଚିଥିଲେ। ସେହିପରି ପାପାଲପ୍ରୀତ ଓ ଅମ୍ରିତପାଲ ଫାଗୱାରା ଟାଉନ, ନାଦଲୋନ ଓ ବିବି ଗାଁରେ ଥିବା ବିଭିନ୍ନ ଡେରାସରେ ମଧ୍ୟ କିଛି ଦିନ ଆତ୍ମଗୋପନ କରିଥିଲେ। ସାମ୍ନାକୁ ଆସିଥିବା ବିଭିନ୍ନ ସିସିଟିଭି ଫୁଟେଜରେ ଅମ୍ରିତପାଲ ସହ ପାପାଲପ୍ରୀତକୁ ହିଁ ଦେଖିବାକୁ ମିଳିଥିଲା।
ଗିରଫ ପରେ ପାପାଲପ୍ରୀତକୁ କଡ଼ା ସୁରକ୍ଷାବଳୟ ମଧ୍ୟରେ ପଞ୍ଜାବ ପୁଲିସ୍ ମୁଖ୍ୟାଳୟକୁ ଅଣାଯାଉ ଥିବା ଜଣାପଡ଼ିଛି। ତେବେ ଅମ୍ରିତପାଲର ପତ୍ତା ଏଯାଏ କେହି ବି ପାଇ ନାହାନ୍ତି। ପୂର୍ବଭଳି ସେ ଫେରାର ରହିଛି। ପୁଲିସ ଟିମ ସମେତ ଅନ୍ୟ ଏଜେନ୍ସିମାନେ କ୍ରମାଗତ ଭାବରେ ଅମୃତପାଲଙ୍କୁ ଖୋଜୁଛନ୍ତି। ତେବେ ପପଲପ୍ରୀତଙ୍କୁ ଗିରଫ କରାଯିବା ପରେ ଅମ୍ରିତପାଲ ଶୀଘ୍ର ଧରାପଡିବେ ବୋଲି ଆଶା କରାଯାଉଛି।