ଛିଡ଼ା ହୋଇଥିବା କ୍ଷୀର ଟେଙ୍କରକୁ ପିଟିଲା ଟ୍ରକ୍: ଡ୍ରାଇଭର୍ ମୃତ, ହେଲପର ଗୁରୁତର
ବାଲେଶ୍ବର : (ସଂକେତ୍ ଟିଭି) ବାଲେଶ୍ବର ଜିଲ୍ଲାର ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଜଣେ ଗୁରୁତର ହୋଇଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ବାଲିଆପାଳରୁ କ୍ଷୀର ନେଇ ଆସୁଥିବା ଏକ ଟ୍ରକକୁ ତଳନଗର ଛକ ନିକଟରେ ଛିଡ଼ା କରି ଡ୍ରାଇଭର ଓ ହେଲ୍ପର ଜଳଖିଆ ଖାଇବାକୁ ବାହାରୁଥିଲା ବେଳେ ପଛରୁ ଅନ୍ୟ ଏକ ମାଲ ବୋଝେଇ ଟ୍ରକ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଘଟଣାସ୍ଥଳରେ ଡ୍ରାଇଭର ରାଜେନ୍ଦ୍ର ପାଲଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲପର୍ ଲୋକେଶ ପାଲ ଗୁରୁତର ହୋଇଥିଲେ । ଏଣେ ହେଲ୍ପରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ସୋର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ କରାଯିବା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।
ମୃତକ ଡ୍ରାଇଭର ହେଲେ ହେଲପର ଉକ୍ତ ଗାଡ଼ିର ମାଲିକଙ୍କ ପୁଅ ବୋଲି ଜଣାଯାଇଛି।