କୁଲଡ଼ିହା ଅଭୟାରଣ୍ୟରେ ପୁଣି ହାତୀ ମୃତ୍ୟୁ
ବାଲେଶ୍ବର : (ସଂକେତ୍ ଟିଭି) ବାଲେଶ୍ବର ଜିଲ୍ଲା ନୀଳଗିରି କୁଲଡିହା ଅଭୟାରଣ୍ୟରେ ପୁଣି ହାତୀ ମୃତ୍ୟୁ ହୋଇଛି । ଅଭୟାରଣ୍ୟର ପୁରୁଣାପାଣି ବିଟ୍ହାଉସ ଡ଼ାଙ୍ଗରପୋଖରୀ ନିକଟରେ ଦନ୍ତାହାତୀ ଆକ୍ରମଣରେ ୩ ବର୍ଷ ଛୁଆ ହାତୀଟିର ମୃତ୍ୟୁ ହୋଇଥିବା କୁଲଡ଼ିହା ରେଞ୍ଜର ଅନନ୍ତଜେନା ସୂଚନା ଦେଇଛନ୍ତି। ବନ କର୍ମଚାରୀମାନେ ପାଟ୍ରୋଲିଂ ବେଳେ ହାତୀ ମୃତ୍ୟୁ ଦେଖି ଏ ସମ୍ପର୍କରେ ଖବର ପାଇଥିଲେ। ସୂଚନା ଅନୁସାରେ, ଗୋଟିଏ ବର୍ଷରେ କୁଲଡିହା ଅଭୟାରଣ୍ୟରେ ୮ଟି ହାତୀ ମୃତ୍ୟୁ ହୋଇଥିବା ଜଣାପଡିଛି ।