ଭଦ୍ରକ ବେଦାନ୍ତ-ଫେକର କାରଖାନା ଅଞ୍ଚଳରେ ୧୪୪ ଧାରା ଜାରି

ଭଦ୍ରକ : (ସଂକେତ୍ ଟିଭି) ଭଦ୍ରକ ଜିଲ୍ଲା ରାନ୍ଦିଆସ୍ଥିତ ବେଦାନ୍ତ ଫେକର କମ୍ପାନିର ର ୨ ଶହ ମିଟର ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ଗତକାଲି କାରଖାନା ପରିସରରେ ଦୁର୍ଘଟଣା ଘଟି ୨ ଜଣ ଶ୍ରମିକ ଗୁରୁତର ହୋଇ ପଡ଼ିଥିଲେ।

ଗୁରୁତର ୨ ଶ୍ରମିକ ହେଲେ ବରପଦା ଅଞ୍ଚଳର ବିଜୟ ମହାପାତ୍ର ଓ ରାନ୍ଦିଆ କୋରଣ୍ଟ ଅଞ୍ଚଳର ରତିକାନ୍ତ ସୂତାର । ଉଭୟ ବେଦାନ୍ତ ଫେକର କମ୍ପାନିର ଫର୍ନେସରେ ଚାର୍ଜିଂ କାର୍ ଅପରେଟର ଭାବେ କାମ କରୁଥିବା ବେଳେ ଗତକାଲି ଦୁର୍ଘଟଣା ଘଟିଥିଲା। ଫଳରେ ନିଆଁରେ ପୋଡ଼ି ହୋଇ ଦୁଇ ଶ୍ରମିକ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇ ପଡ଼ିଥିଲେ । ତୁରନ୍ତ ସେମାନଙ୍କୁ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ଓ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଆଜି ସକାଳେ ଗ୍ରୀନ୍‌ କରିଡରରେ ଭୁବନେଶ୍ୱର ଏୟାରପୋର୍ଟକୁ ନିଆଯାଇ ମୁମ୍ବାଇ ଏୟାରଲିଫ୍ଟ କରାଯାଇଛି ।

ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାକୁ ନଜରରେ ରଖି କାରଖନାର ୨ ଶହ ମିଟର ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । କାରଖାନା ପରିସରରେ ପାଞ୍ଚ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।