ରାଜ୍ୟରେ ଏବର୍ଷ ହେବନିଁ ପାୱାର୍‌ କଟ୍‌ : ଶକ୍ତି ମନ୍ତ୍ରୀ ପ୍ରତାପ ଦେବ

ଭୁବନେଶ୍ବର : (ସଂକେତ୍ ଟିଭି) ଏ ବର୍ଷ ରାଜ୍ୟରେ ପାୱାର କଟ୍‌ ହେବନାହିଁ । ଏହି ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ । ସେ ଆହୁରି ବି କହିଛନ୍ତି ଯେ ‘ରାଜ୍ୟରେ ଏବର୍ଷ ପାୱାର୍‌ କଟ୍‌ ହେଇନି କି ହେବାର ସମ୍ଭାବନା ବି ନାହିଁ।

ସେ କହିଛନ୍ତି ଏହା ଗଣମାଧ୍ୟମର କାଳ୍ପନିକ ଖବର। ବିଦ୍ୟୁତ କାଟ ନ ହେଉଣୁ ହେବାର ଆଶଙ୍କା କରୁଛନ୍ତି। ନଈ ନ ଦେଖୁଣୁ ଖାଲି ଲଙ୍ଗଳା ହେଉଛନ୍ତି। ଯଦି ବିଜୁଳି କଟୁଛି ତାର ଅର୍ଥ ନୁହଁ କି ପାୱାର୍‌ କଟ୍ ‌ହେଉଛି। ଅନେକ କାରଣରୁ ନେଇ ବିଜୁଳି କଟା ହୋଇଥାଏ। ପ୍ରତିଶ୍ରୁତି ଦେଉଛି ଯେ ଏବର୍ଷ ପ‌ାୱାର୍‌ କଟ୍‌ ହେବନି। ହୁଏତ ଆପଣଙ୍କ ଅଞ୍ଚଳର ଟ୍ରାନ୍ସଫର୍ମର ପୋଡିଯାଇଥିବ, ‌ଯେଉଁ କାରଣରୁ ବିଜୁଳି ନଥାଇପାରେ। କୋଉଠି କେଉଁ ପ୍ରକାରର ଯାନ୍ତ୍ରିକ ତ୍ରୁଟି ଥାଇପାରେ କାଳବୈଶାଖୀ ପାଇଁ। ଲୋକଙ୍କ ଦାବି ଅନୁଯାୟୀ ବିଦ୍ୟୁତ ଯୋଗାଇ ଦିଆଯାଉଛି ବୋଲି ସେ କହିଛନ୍ତି ।